ନୂଆଦିଲ୍ଲୀ: ଚିତ୍ତରଞ୍ଜନ ପାର୍କ ନିକଟରେ ନିର୍ମାଣଧୀନ କୋଠା ଭୁଶୁଡିବା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି 3 ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେପଟେ ଘଟଣା ନେଇ ମାମଲା ରୁଜୁ କରିବା ସହ କୋଠା ନିର୍ମାଣ କରୁଥିବା ଠିକାଦାରକୁ ପୋଲିସ ହେପାଜତକୁ ନେଇଛି ।
କୋଠା ଭୁଶୁଡିବା ସମୟରେ ଘଟଣାସ୍ଥଳରେ 4 ଜଣ ଶ୍ରମିକ ଉପସ୍ଥିତ ଥିଲେ । ତେବେ ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ 3 ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବେଳେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।