ଓଡିଶା

odisha

ETV Bharat / bharat

ଟିଏସଆରଟିସିର ଆଉ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା, ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି - ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି

ଆନ୍ଦୋଳନର ଥିବା ଟିଏସଆରଟିସିର ଆଉ ଜଣେ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ଏହା ସହିତ ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଥିବା ଜଣାପଡ଼ିଛି। ମୃତକ ଜଣକ ମେହବୁବାବାଦର ଏ. ନରେଶ ଏବଂ ସେ ଟିଏସଆରଟିସିରେ ଚାଳକ ଭାବେ କାର୍ଯ୍ୟ କରୁଥିଲେ। ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ

By

Published : Nov 13, 2019, 8:35 PM IST

ହାଇଦ୍ରାବାଦ: ଦୀର୍ଘ 40 ଦିନ ଧରି ଜାରି ରହିଛି ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ(ଟିଏସଆରଟିଏସ) କର୍ମଚାରୀ। ତେବେ ଚାକିରି ଯିବା ଭୟରେ ଆଜି ଆଉ ଜଣେ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ଏହା ସହିତ ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି।

ମିଳିଥିବା ସୂଚନା ମୁତାବକ ମହବୁବାବାଦ ଅଞ୍ଚଳର ଏ. ନରେଶ ବୋଲି ଜଣାପଡ଼ିଛି। ନରେଶ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। କୀଟନାଶକ ଖାଇବାର କିଛି ସମୟ ମଧ୍ୟରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ଟିଏସଆରଟିଏସ କର୍ମଚାରୀ ଡାକ୍ତରଖାନାରେ ଏକତ୍ରୀତ ହୋଇଥିଲେ। ସେଠାରୁ ନରେଶଙ୍କ ମୃତଦେହକୁ ଧରି ବସ୍ ଡିପୋରେ ପହଞ୍ଚିଥିଲେ । ସେଠାରେ ଆନ୍ଦୋଳନ କରିଦେଇଥିଲେ । ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଆନ୍ଦୋଳନକାରୀ ଏବଂ ପୁଲିସ ମଧ୍ୟରେ ଠେଲାପେଲା ହୋଇଥିବାର ଖବର ମିଳିଛି।

ଆତ୍ମହତ୍ୟା କରିଥିବା ଟିଏସଆରଟିଏସ କର୍ମଚାରୀଙ୍କ ମଧ୍ୟରେ ନରେଶ 5ମ ବ୍ୟକ୍ତି ଥିଲେ । ବିଭିନ୍ନ ଦାବି ନେଇ ଟିଏସଆରଟିସିର ପ୍ରାୟ 50 ହଜାର କର୍ମୀ 5 ଅକ୍ଟୋବରରୁ ଆନ୍ଦୋଳନରେ ବସିଛନ୍ତି । ଟିଏସଆରଟିସି ପକ୍ଷରୁ ସୂଚନା ଦିଆଯାଇଛି ଯେ, ବିଗତ 40 ଦିନ ମଧ୍ୟରେ 7ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି।

ହେଲେ ସେମାନଙ୍କ ଦାବିକୁ ଅସ୍ବୀକାର କରିଛନ୍ତି ରାଜ୍ୟ ସରକାର। ଆଉ ଏହା ସହିତ କାର୍ଯ୍ୟକୁ ଫେରିବା ପାଇଁ କର୍ମଚାରୀଙ୍କୁ ଦୁଇ ଦୁଇ ଥର ସମୟ ମଧ୍ୟ ଦେଇଛନ୍ତି । ମାତ୍ର ସେମାନେ କାର୍ଯ୍ୟକୁ ଫେରିନଥିଲେ । ସେପଟେ ଟିଏସଆରଟିସିର 13 ଶହ କର୍ମଚାରୀ କାର୍ଯ୍ୟକୁ ଫେରିଥିବା ସୂଚନା ମିଳିଛି।

ABOUT THE AUTHOR

...view details