ଓଡିଶା

odisha

ETV Bharat / bharat

ଚେନ୍ନାଇ ଏୟାରପୋର୍ଟରୁ 50 ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଜବତ, 4 ଅଟକ - Dubai

ଦୁବାଇରୁ ଏୟାର ଇଣ୍ଡିଆ ବିମାନରେ ଫେରୁଥିବା 4 ଜଣ ଯାତ୍ରୀଙ୍କ ଠାରୁ ପ୍ରାୟ 1 କେଜି ସୁନା ଜବତ କରିଛି କଷ୍ଟମ ବିଭାଗ । ଅଧିକ ପଢନ୍ତୁ...

ଚେନ୍ନାଇ ଏୟାରପୋର୍ଟରୁ 50 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଜବତ, 4 ଅଟକ
ଚେନ୍ନାଇ ଏୟାରପୋର୍ଟରୁ 50 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଜବତ, 4 ଅଟକ

By

Published : Aug 4, 2020, 6:25 PM IST

ଚେନ୍ନାଇ: ମଙ୍ଗଳବାର ଚେନ୍ନାଇ ଏୟାରପୋର୍ଟରୁ ପ୍ରାୟ 1 କିଗ୍ରା ସୁନା ଜବତ କରିଛି ସିଟି ପୋଲିସ । ଘଟଣାରେ 4 ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରହିଛି । ଅଭିଯୁକ୍ତମାନେ ଦୁବାଇରୁ ଫେରୁଥିଲେ ।

ଏହି ରାକେଟର ସେତେବେଳେ ପର୍ଦ୍ଦାଫାଶ ହୋଇଥିଲା, ଯେତେବେଳେ ଏୟାର ଇଣ୍ଡିଆ ବିମାନରେ ଆସିଥିବା ସମସ୍ତ 180 ଯାତ୍ରୀଙ୍କ ପାଇଁ ଆନୁଷ୍ଠାନିକ କ୍ୱାରେଣ୍ଟାଇନ ବ୍ୟବସ୍ଥା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା । ତେବେ ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ 50 ଲକ୍ଷ ହେବ ।

ପୋଲିସ କହିଛି ଯେ, ସେମାନେ ଜଣେ ଯାତ୍ରୀଙ୍କୁ ନଗଦ ହସ୍ତାନ୍ତର କରୁଥିଲେ ଏବଂ କାଞ୍ଚିପୁରାମ ଜିଲ୍ଲାର ଏକ କ୍ବାରେଣ୍ଟାଇନ ସେଣ୍ଟରକୁ ଯିବା ପାଇଁ ଏକ ବସରେ ଚଢିଥିଲେ ।

ପଚରାଉଚରା ପାଇଁ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ନିରନ୍ତର ପଚରାଉଚରା ଦ୍ୱାରା ସୁନା ଜବତ ହୋଇଥିଲା। ଅନ୍ୟ ଚାରିଜଣ ଯାତ୍ରୀ ଯେଉଁମାନେ 250 ଗ୍ରାମ ସୁନା ନେଇଯିବାରେ ସାହାଯ୍ୟ କରିଥିଲେ, ସେମାନଙ୍କୁ ମଧ୍ୟ କ୍ୟାମ୍ପରୁ ପଚରାଉଚରା ପାଇଁ ନିଆଯାଇଥିଲା।

କେରଳରେ ସୁନା ତସ୍କରୀର ହାଇ ପ୍ରୋଫାଇଲ ମାମଲାରେ ଯାଞ୍ଚ କରୁଥିବା ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ) ଏହାକୁ ଧ୍ୟାନରେ ରଖି ସୁନା ଚୋରା ଚାଲାଣ ମାମଲାର ଯାଞ୍ଚ ଆରମ୍ଭ କରିସାରିଛି । ସେ ଏଠାରେ କଷ୍ଟମ ଅଧିକାରୀଙ୍କ ସହ ଅନୁସନ୍ଧାନ ଜାରି ରଖିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details