ଇଟାନଗର: ବିଶ୍ବକୁ କବଜା କରିଛି କୋରୋନା । ସେଥିମଧ୍ୟରୁ ଭାରତ ମଧ୍ୟ ଅତ୍ୟଧିକ ଆକ୍ରାନ୍ତ ସଂଖ୍ୟାରେ ରହିଛି । ତେବେ ଦେଶର ଅନ୍ୟ ରାଜ୍ୟ ଗୁଡିକରେ କୋରୋନା ତାର କାୟା ବିସ୍ତାର କରିଥିବାବେଳେ ଏଥରୁ ବାଦ ପଡିନାହିଁ ଅରୁଣାଚଳପ୍ରଦେଶ । ଯାହାକୁ ନେଇ ରବିବାର ରାଜ୍ୟରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଦିଲ୍ଲୀର ନିଜାମୁଦ୍ଦିନ ମାର୍କାଜରେ ହୋଇଥିବା ବୈଠକରେ ଅରୁଣାଚଳପ୍ରଦେଶର ମଧ୍ୟ ଲୋକ ସାମିଲ ଥିଲେ । ସେନେଇ ରାଜ୍ୟରେ ଉକ୍ତ ସମ୍ମିଳନୀରେ ଯୋଗଦେଇଥିବା 23 ଜଣଙ୍କୁ ଚିହ୍ନଟ କରିଛି ଅରୁଣାଚଳ ପୋଲିସ । ସେଥିମଧ୍ୟରୁ ଜଣେ ବ୍ୟକ୍ତି କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।
ଅରୁଣାଚଳ ପ୍ରଦେଶରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ - Nizamuddin Markaz
କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । କୋରୋନାରୁ ବଞ୍ଚିତ ଥିବା ଅରୁଣାଚଳ ପ୍ରଦେଶରେ ଏବେ ଏକ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ଅରୁଣାଚଳପ୍ରଦେଶରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ
ଏନେଇ ଅରୁଣାଚଳପ୍ରଦେଶ ଡିଜିପି ଆରପି ଉପାଧ୍ୟାୟ କହିଛନ୍ତିଯେ, ଯେଉଁମାନଙ୍କର ଭ୍ରମଣ ଇତିହାସ ରହିଛି ଏବଂ ଯେଉଁମାନେ ନିଜାମୁଦ୍ଦିନ ଯାଇଥିଲେ ସେମାନଙ୍କୁ ନିବେଦନ କରୁଛିଯେ, ସେମାନେ ଆସି ସ୍ବେଚ୍ଛାକୃତ ଭାବରେ ପୋଲିସକୁ ରିପୋର୍ଟ କରନ୍ତୁ ।