ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) ପହଞ୍ଚିଥିଲେ ଅରୁଣାଚଳ ପ୍ରଦେଶ । ଏହାପୂର୍ବରୁ ରାଜ୍ୟରୁ ଫ୍ଲାଇଂ ସ୍କ୍ବାର୍ଡ ଦ୍ବାରା ଜବତ ହୋଇଛି ବହୁ ମାତ୍ରାରେ ନଗଦ ଟଙ୍କା । ଯାହାକୁ ନେଇ କଂଗ୍ରେସ ବିଜେପି ଉପରେ ବର୍ଷିଛି । କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସିଂ ସୁର୍ଜେୱାଲା ଅଭିଯୋଗ ଆଣି କହିଛନ୍ତି ଯେ ଅରୁଣାଚଳ ପ୍ରଦେଶରେ ଟଙ୍କା ଦେଇ ଭୋଟ କିଣା ଯାଉଥିଲା ।
ଅରୁଣାଚଳ ସିଏମଙ୍କ ଗାଡିରୁ ଜବତ ହେଲା ୧.୮ କୋଟି ଟଙ୍କା
‘ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ଗାଡିରୁ ୧.୮ କୋଟି ଟଙ୍କା ଜବତ କରାଯାଇଛି। କଣ ଏହି ଟଙ୍କା ବିଜେପି ଦ୍ବାରା ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ନିଆଯାଉଥିଲା ? ମଧ୍ୟ ରାତ୍ରିରେ ଟଙ୍କା ଜବତ କରାଯାଇଛି ଓ ବର୍ତ୍ତମାନ ପିଏମ ଜନସଭା କରିଛନ୍ତି।’
‘ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ଗାଡିରୁ ୧.୮ କୋଟି ଟଙ୍କା ଜବତ କରାଯାଇଛି । କଣ ଏହି ଟଙ୍କା ବିଜେପି ଦ୍ବାରା ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ନିଆଯାଉଥିଲା । ୧.୮ କୋଟି ଟଙ୍କା ସେହି ଘାଟିରେ ଜବତ ହୋଇଛି, ଯେଉଁଠି ପିଏମ ମୋଦିଙ୍କ ଜନସଭା ହୋଇଛି । ମଧ୍ୟ ରାତ୍ରିରେ ଟଙ୍କା ଜବତ କରାଯାଇଛି ଓ ବର୍ତ୍ତମାନ ପିଏମ ଜନସଭା କରିଛନ୍ତି’ ବୋଲି ସୁର୍ଜେୱାଲ କହିଛନ୍ତି।
ସୁର୍ଜେୱାଲ ପ୍ରଶ୍ନ କରି କହିଛନ୍ତି ଯେ,ବର୍ତ୍ତମାନ ଯାଏଁ କଣ ପାଇଁ ନିର୍ବାଚନ ଆୟୋଗ ଏହି ମାମଲାରେ ଏଫଆଇଆର ଦାଖଲ କରି ନାହାଁନ୍ତି। ଏହି ମାମଲାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ଅଧ୍ୟକ୍ଷ ଓ ସିଧା ସଳଖ ପିଏମ ମୋଦିଙ୍କ ଉପରେ ଏଫଆଇଆର ଦାଖଲ କରି ତଦନ୍ତ କରିବା ଉଚିତ ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେୱାଲ କହିଛନ୍ତି।