ନୂଆଦିଲ୍ଲୀ: ଇନଷ୍ଟା ଚାଟ ଗ୍ରୁପ #ବଏଜ ଲକର ରୁମରେ ସଂଶ୍ଲିଷ୍ଟ ଜଣେ ସ୍କୁଲ ଛାତ୍ରକୁ ଅଟକ ରଖିଛି ସାଇବର ସେଲ ପୋଲିସ । ଗ୍ରୁପରେ ସାମିଲ ଥିବା ଆହୁରି 22 ଜଣଙ୍କର ମିଳିଛି ପତ୍ତା । ଏହି ଗ୍ରୁପରେ ଏମାନେ କିଛି ନାବାଳିକା ଏବଂ ଯୁବତୀଙ୍କ ଅଶ୍ଲୀଳ ଫଟୋ ଏବଂ ଭିଡିଓ ପୋଷ୍ଟ କରି ସେମାନଙ୍କୁ ବ୍ଲାକମେଲ ସହ ଦୁଷ୍କର୍ମ ଯୋଜନା ମଧ୍ୟ କରୁଥିଲେ । ଧାରା 469, ଆଇପିସି ଧାରା 67 ଏବଂ 67 ଏ ଆଇଟି ଆକ୍ଟର ଅନୁସାରେ ଦିଲ୍ଲୀ ସାଇବର ସେଲରେ ଏମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି ।
ବଏଜ ଲକର ରୁମ ଗ୍ୟାଙ୍ଗର ଜଣେ ଅଟକ, 22 ଜଣଙ୍କର ମିଳିଲା ପତ୍ତା - delhi news
ବଏଜ ଲକର ରୁମ ଗ୍ୟାଙ୍ଗର ଜଣେ ଅଟକ । ଦିଲ୍ଲୀ ସାଇବର ସେଲକୁ ଅନ୍ୟ 22 ଜଣଙ୍କର ମିଳିଲା ପତ୍ତା । ଅଧିକ ପଢନ୍ତୁ...
![ବଏଜ ଲକର ରୁମ ଗ୍ୟାଙ୍ଗର ଜଣେ ଅଟକ, 22 ଜଣଙ୍କର ମିଳିଲା ପତ୍ତା , 22 others identified in connection with 'Boys Locker Room' row](https://etvbharatimages.akamaized.net/etvbharat/prod-images/768-512-7073958-134-7073958-1588687418088.jpg)
ବଏଜ ଲକର ରୁମ ଗ୍ୟାଙ୍ଗର ଜଣେ ଅଟକ
ଏହାପୂର୍ବରୁ ସୋମବାର ସ୍ଥାନୀୟ ପୋଲିସ ଷ୍ଟେସନରେ ଦକ୍ଷିଣ ଦିଲ୍ଲୀର ସାକେତରେ ଥିବା ଏକ ପ୍ରତିଷ୍ଠିତ ବିଦ୍ୟାଳୟର ପ୍ରିନ୍ସିପାଲ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଅନୁସନ୍ଧାନ ପାଇଁ ସାଇବର ସେଲକୁ ପଠାଯାଇଥିଲା । ଏହାସହ ଦିଲ୍ଲୀର ଏକ ଦମ୍ପତି ମଧ୍ୟ ଏଭଳି ଆପତ୍ତିଜନକ ଆଇଡି ନାମରେ ଅଭିଯୋଗ କରିଥିଲେ । ଜଣେ ଯୁବତୀ ମଧ୍ୟ ଏହି ଗ୍ରୁପରେ ତାଙ୍କର ଦୁଇ ବନ୍ଧୁ ଥିବା ନେଇ ସୂଚନା ଦେଇଥିଲେ ।