ଚଣ୍ଡିଗଡ଼: ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସାରା ଦେଶରେ ଚାଲିଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଅନେକଙ୍କୁ ପ୍ରଭାବିତ କରିଛି । ଏହି ଯାତ୍ରା ସମୟରେ ରାହୁଲ ଏକ ବୟାନ ଦେଇଥିଲେ । ରାଜସ୍ଥାନରେ ଯାତ୍ରା କରୁଥିବା ସମୟେରେ ସେ କହିଥିଲେ ଯେ ଘୃଣା ବଜାରରେ ସେ ପ୍ରେମର ଦୋକାନ ଖୋଲିବାକୁ ଆସିଛନ୍ତି । ଏହି ସ୍ଲୋଗାନରେ ହରିୟାଣା ପାନିପତର ଯୁବ ଦୋକାନୀ ଏତେ ମାତ୍ରାରେ ପ୍ରଭାବିତ ହେଲେ ଯେ ସେ ନିଜ ଦୋକାନର ନାମ ରଖିଛନ୍ତି ମହବ୍ବତ କି ଦୁକାନ ଅର୍ଥ ପ୍ରେମର ଦୋକାନ (Panipat mohbbat ki dukaan) । ଏହାସହ ରାହୁଲଙ୍କ ଏକ ଫଟୋ ଚିତ୍ର ଦୋକାନ ଆଗରେ ଲଗାଇଥିବା ଦେଖିବାକୁ ମିଳିଛି ।
ପାନିପତ ଗୋହାନା ରୋଡ୍ରେ ରହୁଥିବା ଯୁବ ବ୍ୟବସାୟୀ ମୋନୁ ଏନେଇ କହିଛନ୍ତି ଯେ ତାଙ୍କର ଏକ ଟେକ୍ସଟାଇଲ ଦୋକାନ ରହିଛି । ସେ ଆରମ୍ଭରୁ ଭାରତୀୟ ଜାତୀୟ ଲୋକ ଦଳ ସହିତ ଜଡିତ ରହିଛନ୍ତି । ସେ ସବୁବେଳେ ଏହି ଦଳ ପାଇଁ ଭୋଟ୍ ମଧ୍ୟ ଦେଇ ଆସୁଛନ୍ତି । କିନ୍ତୁ ରାହୁଲ ଗାନ୍ଧୀଙ୍କ ଦ୍ବାରା ସେ ବ୍ୟକ୍ତିଗତ ଭାବେ ପ୍ରଭାବିତ ହୋଇଛନ୍ତି । ରାହୁଲଙ୍କ ସ୍ଲୋଗାନ ଲେଖା ଥିବା ଏକ ବୋର୍ଡକୁ ଦୋକାନ ବାହାରେ ଟଙ୍ଗାଇଛନ୍ତି । ଏ ନେଇ ମୋନୁ କହିଛନ୍ତି ଯେ ସାମଗ୍ରୀ ବିକ୍ରୟ କରିବା ସହିତ ସେ ଲୋକଙ୍କ ମଧ୍ୟରେ ପ୍ରେମ ମଧ୍ୟ ବାଣ୍ଟୁଛନ୍ତି ।