ହାଇଦ୍ରାବାଦ:କଂଗ୍ରେସ ଜାରି ରଖିଥିବା ଭାରତ ଯୋଡ ଯାତ୍ରା କେବଳ 2024 ସାଧାରଣ ନିର୍ବାଚନ ପାଇଁ ନୁହେଁ ବରଂ ଦେଶକୁ ବିଭାଜନକାରୀ ଶକ୍ତି ବିରୋଧରେ ଏକାଠି କରିବା ପାଇଁ ଆରମ୍ଭ ହୋଇଛି । ବିଭାଜନକାରୀ ଶକ୍ତି ବିରୋଧରେ ଦେଶବାସୀଙ୍କୁ ଏକାଠି କରିବା ଏହାର ଉଦ୍ଦେଶ୍ୟ । ଲୋକଙ୍କ ଏକ ଆଦର୍ଶବାଦରେ ଯୋଡିବା ପାଇଁ କଂଗ୍ରେସ ଏହି ଯାତ୍ରାର ଆୟୋଜନ କରିଛି ବୋଲି କହିଛନ୍ତି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ (Mallikarjun kharge on Bharat Jodo Yatra)।
ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ ଖଡଗେ କହିଛନ୍ତି,‘‘ ଏହି ଯାତ୍ରା କେବଳ ନିର୍ବାଚନ କିମ୍ବା ଭୋଟ ପାଇଁ ଆୟୋଜିତ ନୁହେଁ । ଦେଶ ବିଭାଜନକାରୀ ଶକ୍ତି ବିରୋଧରେ ଲୋକଙ୍କୁ ଏକତାରେ ବାନ୍ଧିବା ହିଁ ଏହାର ମୂଳ ଉଦ୍ଦେଶ୍ୟ । ଆମେ ଏହି ଯାତ୍ରା ମାଧ୍ୟମରେ ଲୋକଙ୍କୁ ଯୋଡିବାକୁ ପ୍ରୟାସ କରୁଛୁ । ବର୍ତ୍ତମାନ ଏହି ଯାତ୍ରାକୁ ଅଦ୍ଭୁତପୂର୍ବ ସମର୍ଥନ ମିଳିବାରେ ଲାଗିଛି । ଡାକ୍ତର, କୃଷକ, ଓକିଲ ସବୁ ବର୍ଗରର ଲୋକେ ଏଥିରେ ସାମିଲ ହେବା ଆରମ୍ଭ କରିଛନ୍ତି । ଦେଶର ସମ୍ବିଧାନକୁ ଦେଶବାସୀଙ୍କୁ ହିଁ ଜୀବିତ ରଖିବାକୁ ପଡିବ ବୋଲି ଖଡଗେ କହିଛନ୍ତି ।