ନୂଆଦିଲ୍ଲୀ:ସେପ୍ଟେମ୍ବର 7ରୁ କଂଗ୍ରେସ ଆରମ୍ଭ କରିଥିବାଭାରତ ଯୋଡ଼ ଯାତ୍ରାକୁ ନେଇ ସମାଲୋଚନା କରୁଛନ୍ତି ବିରୋଧୀ । ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଭାରତ ଯୋଡ଼ ଯାତ୍ରାକୁ ସମାଲୋଚନା କରିଛନ୍ତି । ଭାରତ ଯୋଡ଼ ଯାତ୍ରା ନୁହେଁ ଏହା ଭାରତ ତୋଡୋ ଯାତ୍ରା, ନିଆଁ ଲଗାଅ ଯାତ୍ରା ବୋଲି କହିଛନ୍ତି ସମ୍ବିତ । ଦେଶରେ କଂଗ୍ରେସ ଦଳ ପ୍ରଥମ ଥର ପାଇଁ ଏହାକୁ କରିିଛି । ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହୁଁଛି ସେ କଣ ଦେଶରେ ହିଂସା ଚାହୁଁଛନ୍ତି କି? କଂଗ୍ରେସ ତା ଟ୍ବିଟରରେ ଏକ ଫଟୋ ସେୟାର କରିବା ପରେ ସମ୍ବିତ ପାତ୍ର ଏହା କହିବା ସହ ତୁରନ୍ତ ଫଟୋକୁ ଡିଲିଟ କରିବାକୁ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଭାରତ ଯୋଡ ପଦଯାତ୍ରା, ଓଡିଶା ଗସ୍ତରେ ଆସିବେ ଦିଗବିଜୟ ଏବଂ ଜୟରାମ
କଂଗ୍ରେସ ଏକ ଫଟୋ ସେୟାର କରି ଲେଖିଛି, ଦେଶକୁ ଘୃଣାର ଶିକୁଳିରୁ ମୁକୁଳାଇବାକୁ ହେବ । ବିଜେପି ଓ ଆରଏସସ ଦେଶକୁ କ୍ଷତି ପହଞ୍ଚାଉଛି । ପର୍ଯ୍ୟାୟ କ୍ରମରେ ଆମେ ଆମ ଲକ୍ଷ୍ୟରେ ପହଞ୍ଚିବୁ । ଏକ ପ୍ୟାଣ୍ଟ ଫଟୋ ସେୟାର କରି ସେଥିରେ 145 ଦିନ ଥିବା କହିଛି କଂଗ୍ରେସ । ଏହାପରେ ସରଗରମ ହୋଇଛି ରାଜନୀତି । ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ।
ଏହା ମଧ୍ୟ ପଢ଼ନ୍ତୁ:ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ, ବିଜେପି-କଂଗ୍ରେସ ମୁହାମୁହିଁ
କଂଗ୍ରେସ ପକ୍ଷରୁ ସେପ୍ଟେମ୍ବର 7ରୁ 'ଭାରତ ଯୋଡ' ଯାତ୍ରା ଆରମ୍ଭ ହୋଇଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କାଶ୍ମୀର ପର୍ଯ୍ୟନ୍ତ ଯିବ । ଯାତ୍ରାରେ ରାହୁଲ ସାମିଲ ହୋଇଥିବାକୁ ନେଇ ଯେତିକି ଚର୍ଚ୍ଚା ନହେଉଛି ସେ ପିନ୍ଧିଥିବା ବରବେରୀ କଂପାନୀର ଦାମୀ ଟି ସାର୍ଟକୁ ନେଇ ଚର୍ଚ୍ଚା ହେଉଛି । ରାହୁଲ ପିନ୍ଧିଥିବା ଟି ସାର୍ଟର ମୂଲ୍ୟ 41 ହଜାର ଟଙ୍କା ରହିଛି । ବିଜେପି ଏହାର ଫଟୋ ସେୟାର କରି କଂଗ୍ରେସକୁ ଟାର୍ଗେଟ କରିଛି । କଂଗ୍ରେସ ମଧ୍ୟ ବିଜେପିକୁ କଡା ଜବାବ ଦେଇଛି । ରାହୁଲ ପିନ୍ଧିଥିବା ଦାମୀ ଟି ସାର୍ଟକୁ ନେଇ ଦୁଇଦଳ ମଧ୍ୟରେ ବାକ ଯୁଦ୍ଧ ହୋଇଛି ।
ପ୍ରକାଶ ଥାଉ କି, ସେପ୍ଟେମ୍ବର 7ରୁ କନ୍ୟାକୁମାରୀରୁ ଭାରତ ଯୋଡ଼ ଯାତ୍ରା ଆକମ୍ଭ କରିଥିଲା କଂଗ୍ରେସ । ଆଜିଯାଏ ଯାତ୍ରାକୁ 5 ଦିନ ପୂରଣ ହୋଇଛି । 50 ଦିନ ମଧ୍ୟରେ 3,570 କି.ମି ପରିକ୍ରମା କରିବ ଦଳ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବହୁ ପ୍ରତୀକ୍ଷିତ 150 ଦିନିଆ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଛି । ଏଥିରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବ । ଆସନ୍ତା ବର୍ଷ ଫେବୃଆରୀ ପହିଲା ସୁଦ୍ଧା ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଗତକାଲି ( ରବିବାର ) ତାମିଲନାଡୁରେ ଏହି ଯାତ୍ରା ଶେଷ ହୋଇଛି ।