ଓଡିଶା

odisha

ETV Bharat / bharat

ମଣିପୁରରୁ ଆରମ୍ଭ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରା - Mallikarjun Kharge

Bharat Jodo Nyaya Yatra: ଆରମ୍ଭ ହେଲା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ । ମଣିପୁର ଥୌବାରେ ଉଦଘାଟନୀ କାର୍ଯ୍ୟକ୍ରମରେ ଖଡେଗ କହିଲେ ଦେଶର ସମ୍ବିଧାନକୁ ବଞ୍ଚାଇବା ଓ ସବୁବର୍ଗକୁ ଫାଶିବାଦୀ ଶାସନରୁ ନ୍ୟାୟ ଦେବା ହିଁ କଂଗ୍ରେସର ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

ମଣିପୁରରୁ ଆରମ୍ଭ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରା
ମଣିପୁରରୁ ଆରମ୍ଭ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରା

By ETV Bharat Odisha Team

Published : Jan 14, 2024, 4:14 PM IST

ମଣିପୁରରୁ ଆରମ୍ଭ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରା

ଇମ୍ଫାଲ:ଆଉ କିଛି ସମୟ ମଧ୍ୟରେ ଇମ୍ଫାଲରୁ ଆରମ୍ଭ ହେବ କଂଗ୍ରେସର ବହୁଚର୍ଚ୍ଚିତ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ । ଇମ୍ଫାଲ-ପୂର୍ବ ଥୌବାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନରେ ଯାତ୍ରା ଆରମ୍ଭ ହେବ । ପତାକା ଉତ୍ତୋଳନ ପରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପାର୍ଟି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ । କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ, କେସି ବେଣୁଗୋପାଲ, ଜୟରାମ ରମେଶ, ଅଶୋକ ଗେହେଲଟ,ସଲମାନ ଖୁର୍ସିଦ୍ଦ, ଅଧୀର ରଞ୍ଜନ ଚୌଧୁରୀଙ୍କ ପରି ବରିଷ୍ଠ ନେତା ଓ ରାଜ୍ୟ କଂଗ୍ରେସର ନେତା ମଧ୍ୟ ସାମିଲ ହେବେ । 18 ତାରିଖରେ ଯାତ୍ରା ମଣିପୁରର ପଡୋଶୀ ନାଗାଲାଣ୍ଡରେ ପ୍ରବେଶ କରିବ । 23ରେ ଯାତ୍ରା ଉତ୍ତର ପୂର୍ବର ଅନ୍ୟତମ ପ୍ରମୁଖ ବିଜେପ ଶାସିତ ଆସାମରେ ପ୍ରବେଶ କରିବ । ଆସାମରେ ମୋଟ 833 କିମି ଯାତ୍ରା କରି 17 ଜିଲ୍ଲାକୁ ପରିକ୍ରାମ କରିବ ।

କାର୍ଯ୍ୟକ୍ରମର ଉଦଘାଟନୀ ସଭାକୁ ସମ୍ବୋଧିତ କରି କଂଗ୍ରେସ ମୁଖ୍ୟ ଖଡଗେ ରାହୁଲ ଗାନ୍ଧୀଙ୍କର ପ୍ରଥମ ଭାରତ ଯୋଡୋ ଯାତ୍ରାକୁ ପ୍ରଶଂସା କରିଛନ୍ତି । ମଣିପୁର ସମେତ ଉତ୍ତର-ପୂର୍ବ ରାଜ୍ୟମାନଙ୍କୁ ଗଡଜାତ ରାଜ୍ୟରୁ ଦେଶର ସ୍ବତନ୍ତ୍ର ପ୍ରଦେଶ ଭାବେ ସାମ୍ବିଧାନିକ ମାନ୍ୟତା ଦେବା ନେଇ କଂଗ୍ରେସ ସରକାର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କର ଭୂମିକାକୁ ନେଇ ପକାଇଥିଲେ । ମଣିପୁର ହିଂସା କଥା ମନେ ପକାଇବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ବୀପ ଗସ୍ତ ଓ ସେଠାରେ ଆରବ ସାଗରରେ ସ୍କୁବାଡାଇଭିଂ କରିବାକୁ ଖଡଗେ ପରୋକ୍ଷ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ସମୁଦ୍ରରେ ବୁଡିପାରନ୍ତି ମାତ୍ର ଥରେ ମଣିପୁର ଗସ୍ତ କରିବା ପାଇଁ ତାଙ୍କ ନିକଟରେ ସମୟ ନାହିଁ ବୋଲି ଖଡଗେ କହିଛନ୍ତି । ବର୍ତ୍ତମାନ ମୋଦି ସରକାର ଓ ଏହାର ଫାଶିବାଦୀ ନୀତି ବିରୋଧରେ ସମସ୍ତ ବର୍ଗକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଆଜି ଏହି ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଯାଉଛି ବୋଲି ଖଡଗେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଜିଠୁ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା, 15 ରାଜ୍ୟ ଦେଇ କରିବ ଅତିକ୍ରମ

ଏଠାରେ ସୂଚନା ଯୋଗ୍ୟ ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ 15ଟି ରାଜ୍ୟର 110ଟି ଜିଲ୍ଲାରେ ନ୍ୟାୟ ଯାତ୍ରା ପରିକ୍ରମା କରିବ । ଏହି ଯାତ୍ରା 110ଟି ଜିଲ୍ଲା 6 ହଜାର 713 କି.ମି ଅତିକ୍ରମ କରିବ । ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜରାଟ ଦେଇ ମହାରାଷ୍ଟ୍ରରେ ପହଞ୍ଚିବ । ମୁମ୍ୱାଇରେ ଏହି ଯାତ୍ରା ସମାପନ ହେବ ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details