ଓଡିଶା

odisha

ETV Bharat / bharat

‘ଆଲଫା, ଡେଲଟା ଭାରିଆଣ୍ଟ ବିରୋଧରେ ପ୍ରଭାବୀ Covaxin’ - Bharat boi-tech

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା 617 ପ୍ରକାରର ଭାରିଆଣ୍ଟ ବିରୋଧରେ ସଫଳତାର ସହ କାମ କରୁଥିବା ଏନଆଇଏଚ କହିଛି ।

Bharat boi-tech covaxin
Bharat boi-tech covaxin

By

Published : Jun 30, 2021, 2:13 PM IST

ନୂଆଦିଲ୍ଲୀ:ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ-ବାୟୋଟେକୁ ଆଉ ଏକ ବଡ ସଫଳତା । ମହାମାରୀ କରୋନା ବିରୋଧରେ କମ୍ପାନୀ ପ୍ରସ୍ତୁତ କୋଭାକ୍ସିନ ଟିକା ଉଭୟ ଆଲଫା ଓ ଡେଲଟା ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ ବୋଲି ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ (ଏନଆଇଏଚ) ରିପୋର୍ଟ ଜାରି କରିଛି ।

ଆମେରିକା ଏନଆଇଏଚ କହିଛି, କୋଭାକ୍ସିନ ପାଣ୍ଠି ସହାୟତାରେ ବିକାଶ କରାଯାଇଥିବା ଏକ ସହାୟକ ଉପାଦାନ ଟିକାର ଶୀର୍ଷ ସ୍ତରର ପ୍ରଭାବି ଗୁଣ ଅବଦାନ ରଖିଛି । କୋଭାକ୍ସିନ ଟିକା ନେଇସାରିଥିବା ଲୋକଙ୍କୁ ଠାରୁ ନମୁନା ନେଇ ଦୁଇଟି ଅଧ୍ୟୟନ କରାଯାଇଥିଲା । ସେଥିରୁ ମିଳିଥିବା ରିପୋର୍ଟ ଅନୁସାରେ କୋଭାକ୍ସିନ ଟିକା ଯେଉଁ ଆଣ୍ଟିବଡି ସୃଷ୍ଟି କରୁଛି ତାହା ସାର୍ସ-ସିଓଭି-2ର ବି.୧.୧.୭ ଆଲଫା ଓ ବି.1.617 ଡେଲଟା ଭାରିଆଣ୍ଟକୁ ନିଷ୍କ୍ରିୟ କରିପାରୁଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା 617 ପ୍ରକାରର ଭାରିଆଣ୍ଟ ବିରୋଧରେ ସଫଳତାର ସହ କାମ କରୁଥିବା ଏନଆଇଏଚ କହିଛି ।

କୋଭାକ୍ସିନରେ ବ୍ୟବହାର ହୋଇଥିବା ସହାୟକ ଉପାଦାନ ଆଲହାଇଡ୍ରୋକ୍ସିକ୍ବିମ-2 ଲରେନ୍ସ, କାନସାସ ସ୍ଥିତ ବାୟୋଟେକ କମ୍ପାନୀ ଭାଇରୋଭାକ୍ସ ଏଲଏଲସି ଦ୍ବାରା ଆବିଷ୍କାର କରାଯାଇଥିଲା । ଏଥିପାଇଁ ଆମେରିକାର ଏନଆଇଏଚ ସହାୟତା ଯୋଗାଇ ଦେଇଥିଲା ।

ଅନ୍ୟପଟେ କୋଭାକ୍ସିନ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରୁ ମିଳିଥିବା ତଥ୍ୟ ଅନୁସାରେ, ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଚୂଡାନ୍ତ ଫଳାଫଳ ସାର୍ବଜନୀନ ହୋଇନାହିଁ । କିନ୍ତୁ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରୁ ଆସିଥିବା ଫଳାଫଳ ଅନୁସାରେ କୋଭାକ୍ସିନ ଟିକା ବର୍ତ୍ତମାନ 78 ପ୍ରତିଶତ ପ୍ରଭାବଶାଳୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details