ହାଇଦ୍ରାବାଦ:ଦେଶର ଅଗ୍ରଣୀ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନୀ ଭାରତ ବାୟୋଟେକକୁ ପୁଣି ଏକ ସଫଳତା । ସଂସ୍ଥା ଦ୍ବାରା ପ୍ରସ୍ତୁତ ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ ‘‘iNCOVACC’’ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଏବେ 18 ବର୍ଷର ଅଧିକ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇପାରିବ ।
ଭାରତ ବାୟୋଟେକ ପ୍ରସ୍ତୁତ iNCOVACC ଭ୍ୟାକ୍ସିନକୁ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି - ଭାରତ ବାୟୋଟେକ
ଭାରତ ବାୟୋଟେକ ପ୍ରସ୍ତୁତ ଇଣ୍ଟ୍ରାନାଜାଲ ଭ୍ୟାକ୍ସିନ iNCOVACCକୁ ଜରୁରୀକାଳୀନ ବ୍ୟବହାର ଅନୁମତି । ପ୍ରେସ ରିଲିଜ ଜାରି କରି ସୂଚନା ଦେଲା ସଂସ୍ଥା । ଅଧିକ ପଢନ୍ତୁ
ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଲା ଭାରତ ବାୟୋଟେକ ପ୍ରସ୍ତୁତ ଇଣ୍ଟ୍ରାନାଜଲ ଭ୍ୟାକ୍ସିନ iNCOVACC
ଏହି ଇଣ୍ଟ୍ରାନାଜାଲ ଟିକାକୁ (iNCOVACC )18 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବ୍ୟବହାର କରାଯାଇ ପାରିବା ନେଇ ଡ୍ରଗ୍ସ ନିୟନ୍ତ୍ରକ ସଂସ୍ଥା ପକ୍ଷରୁ ଅନୁମତି ମିଳିଛି । ଏନେଇ ଭାରତ ବାୟୋଟେକ ଏକ ପ୍ରେସ୍ ରିଲିଜ ଜାରି କରି ସୂଚନା ଦେଇଛି । ଏକାଧିକ ପର୍ଯ୍ୟାୟର କ୍ଲିନିକାଲ ଟେଷ୍ଟ ସଫଳ ହେବା ପରେ ଏହାକୁ ବ୍ୟବହାରିକ ଅନୁମତି ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ