ଓଡିଶା

odisha

By

Published : Jan 4, 2021, 1:51 PM IST

ETV Bharat / bharat

ପ୍ରଥମେ ଦିଆଯିବ କୋଭିସିଲ୍ଡ, ବ୍ୟାକଅପ୍‌ ପାଇଁ ରହିବ କୋଭାକ୍ସିନ୍‌: ଏମସ୍ ନିର୍ଦ୍ଦେଶକ

କୋରୋନା ମହାମାରୀରୁ ରକ୍ଷା କରିବା ପାଇଁ ଟିକା ପ୍ରସ୍ତୁତ ହୋଇ ସାରିଥିବା ବେଳେ ବର୍ତ୍ତମାନ ଭାରତରେ ଦୁଇଟି ଟିକାକୁ ମଞ୍ଜୁରୀ ମିଳିଛି । ତେବେ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ନିର୍ମିତ ଅକ୍ସଫୋର୍ଡ କୋଭିଡ ଟିକା କୋଭିସିଲ୍ଡକୁ ବ୍ୟବହାର ପାଇଁ ଅନୁମୋଦନ ମିଳିସାରିଥିବା ବେଳେ ଭାରତ ବାୟୋଟେକର କୋଭାକ୍ସିନକୁ ବ୍ୟାକଅପ୍ ଭାବରେ ବ୍ୟବହାର କରାଯିବ ବୋଲି କହିଲେ ଏମସ୍ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ପ୍ରଥମେ ଦିଆଯିବ କୋଭିସିଲ୍ଡ , ବ୍ୟାକଅପ୍‌ ପାଇଁ ରହିବ କୋଭାକ୍ସିନ୍‌: ଏମସ୍ ନିର୍ଦ୍ଦେଶକ
ପ୍ରଥମେ ଦିଆଯିବ କୋଭିସିଲ୍ଡ , ବ୍ୟାକଅପ୍‌ ପାଇଁ ରହିବ କୋଭାକ୍ସିନ୍‌: ଏମସ୍ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କୋରୋନା ମହାମାରୀରୁ ରକ୍ଷା କରିବା ପାଇଁ ଟିକା ପ୍ରସ୍ତୁତ ହୋଇ ସାରିଥିବା ବେଳେ ବର୍ତ୍ତମାନ ଭାରତରେ ଦୁଇଟି ଟିକାକୁ ମଞ୍ଜୁରୀ ମିଳିଛି । ରବିବାର ଦିନ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ନିର୍ମିତ ଅକ୍ସଫୋର୍ଡ କୋଭିଡ ଟିକା କୋଭିସିଲ୍ଡକୁ ବ୍ୟବହାର ପାଇଁ ଅନୁମୋଦନ ମିଳିସାରିଥିବା ବେଳେ ଭାରତ ବାୟୋଟେକର କୋଭାକ୍ସିନକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛନ୍ତି । ଏହା ଉପରେ ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା ପ୍ରକାଶ କରି ଏମସ୍ ନିର୍ଦ୍ଦେଶକ ଡ ରଣଦୀପ ଗୁଲେରିଆ କହିଛନ୍ତି ଯେ ଭାରତ ବାୟୋଟେକର କୋଭାକ୍ସିନକୁ ବ୍ୟାକଅପ୍ ଭାବରେ ବ୍ୟବହାର କରାଯିବ । ଯଦି ହଠାତ କୋରୋନା ସଂକ୍ରମଣ ବୃଦ୍ଧି ହୁଏ, ତେବେ ଅଧିକ ଟିକାର ଆବଶ୍ୟକତା ପଡ଼ିବ । ସେତେବେଳେ ଆମେ ଭାରତ ବାୟୋଟେକର ଟିକା କୋଭାକ୍ସିନକୁ ବ୍ୟବହାର କରିପାରିବା ।

ଯେପର୍ଯ୍ୟନ୍ତ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ ହେଉଥିବା କୋଭିସିଲ୍ଡ କୋରୋନା ଟିକାର ପ୍ରଭାବ ଜଣାପଡ଼ିନାହିଁ ସେପର୍ଯ୍ୟନ୍ତ କୋଭାକ୍ସିନ ବ୍ୟାକଅପ୍‌ ଭାବେ କାର୍ଯ୍ୟ କରିବ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି । ଏମସ୍ ନିର୍ଦ୍ଦେଶକ ଏହା ମଧ୍ୟ କହିଛନ୍ତି ଯେ, ଟୀକାକରଣ ଡ୍ରାଇଭର ପ୍ରାରମ୍ଭିକ ପର୍ଯ୍ୟାୟରେ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ବ୍ୟବହାର କରାଯିବ । ଯେଉଁଠାରେ ପ୍ରାୟ 3 କୋଟି ଲୋକଙ୍କୁ ଟିକା ଦିଆଯିବ । ଯଦିଓ ପୂର୍ବରୁ ସେମାନଙ୍କ ପାଖରେ 50 ନିୟୁତ ଡୋଜ ଉପଲବ୍ଧ ଅଛି ।

ତେବେ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଟିକା ପ୍ରୟୋଗ କରାଯିବାର ଅଛି । ତେଣୁ ସେତେବେଳେକୁ କୋଭାକ୍ସିନ ସମ୍ପର୍କରେ ଅଧିକ ଡାଟା ସଂଗୃହୀତ ହୋଇପାରିବ ବୋଲି ମଧ୍ୟ ରଣଦୀପ ଗୁଲେରିଆ କହିଛନ୍ତି ।

ABOUT THE AUTHOR

...view details