ହାଇଦ୍ରାବାଦ:ଶିଶୁଙ୍କୁ ପ୍ରଦାନ କରିବା ପାଇଁ କୋଭିଡ ଟିକାର ବ୍ୟବହାରିକ ଅନୁମତି ପାଇଲା ଭାରତୀୟ ଟିକା ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ । ଏବେ ସଂସ୍ଥା ଦ୍ବାରା ପ୍ରସ୍ତୁତ 12-18 ବର୍ଷ ବୟସର ପିଲାମାନଙ୍କ ଉଦ୍ଦିଷ୍ଟ କୋଭିଡ ଟିକାକୁ ଏହି ବୟସର ପିଲାଙ୍କୁ ଦିଆଯାଇପାରିବ (Covaxin gets emergency use nod for children aged 12-18 ) ।
ଗତ କିଛି ମାସର ଗବେଷଣା ଓ ବିଭିନ୍ନ ପର୍ଯ୍ୟାୟର ପରୀକ୍ଷଣ ସଫଳ ହେବା ପରେ ଭାରତ ବାୟୋଟେକ ପକ୍ଷରୁ ଏହାର ବ୍ୟବହାରିକ ଅନୁମତି ପାଇଁ ଡ୍ରଗ୍ସ ନିୟାମକ ସଂସ୍ଥା DCGIର ଅନୁମୋଦନକୁ ଅପେକ୍ଷା କରାଯାଇଥିଲା । ତେବେ ଆଜି ଏହି ଅନୁମୋଦନ ପାଇବାରେ ସଫଳ ହୋଇଛି ସଂସ୍ଥା ।