ନୂଆଦିଲ୍ଲୀ: ଦେଶର ପ୍ରଥମ ସ୍ବଦେଶୀ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ ନିଜ ପ୍ରସ୍ତୁତ ଟିକା କୋଭ୍ୟାକ୍ସିନ ଗବେଷଣାର ସମସ୍ତ ତଥ୍ୟ ସାର୍ବଜନୀନ କରିଛି । ଟିକା ଉତ୍ପାଦନ ଆରମ୍ଭ କରିବା ପୂର୍ବରୁ ସଂସ୍ଥା ଦ୍ବାରା କରାଯାଇଥିବା ସମସ୍ତ କ୍ଲିନିକାଲ ପ୍ରକ୍ରିୟା ଓ ପରୀକ୍ଷଣର ସମସ୍ତ ତଥ୍ୟ ସାର୍ବଜନୀନ କରିଛି ସଂସ୍ଥା ।
ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ସମସ୍ତ ତଥ୍ୟ ଭାରତୀୟ ସରକାରଙ୍କ ଦ୍ବାରା ପ୍ରତ୍ୟକ୍ଷ ତତ୍ବବଧାନରେ ସମାପ୍ତ ହୋଇଥିବା କହିଛି ସଂସ୍ଥା । ଏନେଇ ସଂସ୍ଥା ପକ୍ଷରୁ ଏକ ପତ୍ରିକା ମଧ୍ୟ ପ୍ରକାଶନ କରାଯାଇଛି । ହ୍ୟୁମାନ କ୍ଲିନାକାଲ ଟ୍ରାଏଲ ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କରିଥିବା ଏକ ମାତ୍ର ସଂସ୍ଥା ହେଉଛି କୋଭ୍ୟାକ୍ସିନ । ସେମାନେ ପାରଦର୍ଶିତାରେ ବିଶ୍ବାସ କରନ୍ତି ବୋଲି ସଂସ୍ଥା ନିଜ ବିବୃତ୍ତିରେ କହିଛି । ସଂସ୍ଥା ପକ୍ଷରୁ ମୁଖ୍ୟତଃ 3 ସ୍ତରୀୟ ପରୀକ୍ଷଣ କରାଯାଇଛି । କମ୍ପାନୀ ମଧ୍ୟ ଚିହ୍ନଟ ହୋଇଥିବା ଭାଇରସର ଡେଲ୍ଟା ଓ ବିଟା ଭ୍ୟାରିଏଣ୍ଟ ଉପରେ ମଧ୍ୟ ପରୀକ୍ଷଣ କରାଯାଇଥିବା କମ୍ପାନୀ କହିଛି ।