ଓଡିଶା

odisha

ETV Bharat / bharat

ବ୍ରାଜିଲରେ ଭ୍ୟାକ୍ସିନ ବିବାଦ, COVAXIN ମୂଲ୍ୟ ଉପରେ ଭାରତବାୟୋଟେକର ବୟାନ - ବ୍ରାଜିଲ ଭ୍ୟାକ୍ସିନ ବିବାଦ

ବ୍ରାଜିଲ ସରକାରଙ୍କୁ କୋଭାକ୍ସିନ ଯୋଗାଣ କରାଯାଇନଥିବା ସ୍ପଷ୍ଟ କରିଛି ଭାରତ ବାୟୋଟେକ । ବ୍ରାଜିଲରେ ଭ୍ୟାକ୍ସିନ ମୂଲ୍ୟକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ବ୍ରାଜିଲରେ ଭ୍ୟାକ୍ସିନ ବିବାଦ, COVAXIN ମୂଲ୍ୟ ଉପରେ ଭାରତବାୟୋଟେକର ବୟାନ
ବ୍ରାଜିଲରେ ଭ୍ୟାକ୍ସିନ ବିବାଦ, COVAXIN ମୂଲ୍ୟ ଉପରେ ଭାରତବାୟୋଟେକର ବୟାନ

By

Published : Jun 30, 2021, 7:49 PM IST

ନୂଆଦିଲ୍ଲୀ: ବ୍ରାଜିଲରେ କୋଭାକ୍ସିନ ଡିଲ୍‌କୁ ନେଇ ଜାରି ରହିଛି ବିବାଦ । ଏହା ଉପରେ ପ୍ରତିକ୍ରିୟା ରଖିଛି କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ । ବ୍ରାଜିଲ ସରକାରଙ୍କୁ କୌଣସି ଦେୟ ମିଳିନାହିଁ ବୋଲି ନିଜ ବୟାନରେ କହିଛି ଭାରତ ବାୟୋଟେକ ।

ବ୍ରାଜିଲ ସରକାରଙ୍କୁ କୋଭାକ୍ସିନ ଯୋଗାଣ କରାଯାଇନଥିବା ସ୍ପଷ୍ଟ କରିଛି ଭାରତ ବାୟୋଟେକ । ବ୍ରାଜିଲରେ ଭ୍ୟାକ୍ସିନ ମୂଲ୍ୟକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ କ୍ରମାଗତ ବିରୋଧୀ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ କରୁଛନ୍ତି ଟାର୍ଗେଟ ।

ବ୍ରାଜିଲ ସରକାରଙ୍କ ପକ୍ଷରୁ ଭ୍ୟାକ୍ସିନ ଡିଲ ଉପରେ ଅସ୍ଥାୟୀ ରୋକ ଲଗାଯିବା ପରେ କମ୍ପାନୀ କହିଛି, 29 ଜୁନ 2021ସୁଦ୍ଧା ଭାରତ ବାୟୋଟେକକୁ ବ୍ରାଜିଲ ସ୍ବାସ୍ଥ୍ୟରୁ ନା କୌଣସି ଆଡଭାନ୍ସ ପେମେଣ୍ଟ ମିଳିଥିଲା ନା କୌଭାକ୍ସିନ ଯୋଗାଣ କରାଯାଇଥିଲା ।

କୋଭାକ୍ସିନର ମୂଲ୍ୟକୁ ନେଇ କମ୍ପାନୀ କହିଛି, ଭାରତ ବାହାରେ ସରକାରଙ୍କୁ ଯୋଗାଣ ପାଇଁ ଭ୍ୟାକ୍ସିନର ମୂଲ୍ୟ 15ରୁ 20 ଡଲାର ପ୍ରତି ଡୋଜ ସ୍ପଷ୍ଟ ରୂପେ ନିର୍ଦ୍ଧାରିତ କରାଯାଇଛି । ବ୍ରାଜିଲ ପାଇଁ ମଧ୍ୟ ଏହି ମୂଲ୍ୟ ଲାଗୁ ରହିଛି ।

ବିବୃତ୍ତିରେ କୁହାଯାଇଛି ଯେ ନିୟାମକ ସ୍ତରରେ ଚୁକ୍ତିନାମା ଏବଂ ଅନୁମୋଦନ ପାଇବା ପାଇଁ ଭାରତ ବାୟୋଟେକ 8 ମାସର ପ୍ରକ୍ରିୟାରେ ପର୍ଯ୍ୟାୟକ୍ରମ ପଦ୍ଧତିରେ କାର୍ଯ୍ୟ କରିଛି । ଭାରତ ବାୟୋଟେକ ଟିକା 4 ଜୁନରେ ବ୍ରାଜିଲରେ ଜରୁରୀକାଳୀନ ବ୍ୟବହାର ଅନୁମୋଦନ ଲାଭ କରିଥିଲା । ସେହି ସମୟ ମଧ୍ୟରେ ଆମଦାନୀକୁ କେତେକ ସର୍ତ୍ତ ସହିତ ଜାତୀୟ ସ୍ବାସ୍ଥ୍ୟ ମନିଟରିଂ ଏଜେନ୍ସି Anvisa ପକ୍ଷରୁ ଅନୁମୋଦନ ମିଳିଥିଲା ।

ABOUT THE AUTHOR

...view details