ଓଡିଶା

odisha

ETV Bharat / bharat

ଓଡିଶା ସମେତ 14 ରାଜ୍ୟକୁ ଟିକା ଯୋଗାଣ ଆରମ୍ଭ କଲା ଭାରତ ବାୟୋଟେକ - Bharat Biotech begins Covaxin supplies

ଆଜିଠୁ ଓଡିଶା ସମେତ 14 ରାଜ୍ୟକୁ ଟିକା ଯୋଗାଣ ଆରମ୍ଭ କଲା ଭାରତ ବାୟୋଟେକ । ତେବେ କେଉଁ ରାଜ୍ୟକୁ କେତେ ଡୋଜ ପଠାଯାଇଛି ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଭାରତ ସରକାର ପକ୍ଷରୁ ଟିକା ଆବଣ୍ଟନ ଆଧାରରେ କମ୍ପାନୀ ଏହି ଯୋଗାଣ ଆରମ୍ଭ କରିଛି। ଅଧିକ ପଢନ୍ତୁ...

ଓଡିଶା ସମେତ 14ଟି ରାଜ୍ୟକୁ ଟିକା ଯୋଗାଣ ଆରମ୍ଭ କଲା ଭାରତ ବାୟୋଟେକ
ଓଡିଶା ସମେତ 14ଟି ରାଜ୍ୟକୁ ଟିକା ଯୋଗାଣ ଆରମ୍ଭ କଲା ଭାରତ ବାୟୋଟେକ

By

Published : May 11, 2021, 2:58 PM IST

ହାଇଦ୍ରାବାଦ: ଆଜିଠୁ ରାଜ୍ୟମାନଙ୍କୁ ସିଧାସଳଖ ଟିକା ଯୋଗାଣ ଆରମ୍ଭ କରିଛି ଭାରତ ବାୟୋଟେକ୍‌। ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ ଟିକା କୋଭାକ୍ସିନର ଯୋଗାଣ ଆରମ୍ଭ ହୋଇଛି ।

ଆନ୍ଧ୍ର, ଆସାମ, ଛତିଶଗଡ, ଗୁଜୁରାଟ, ଜମ୍ମୁ-କାଶ୍ମୀର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଟିକା ଯୋଗାଣ କରିବ କମ୍ପାନୀ । ତେବେ କେଉଁ ରାଜ୍ୟକୁ କେତେ ଡୋଜ ପଠାଯାଇଛି ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଭାରତ ସରକାର ପକ୍ଷରୁ ଟିକା ଆବଣ୍ଟନ ଆଧାରରେ କମ୍ପାନୀ ଏହି ଯୋଗାଣ ଆରମ୍ଭ କରିଛି।

ଭାରତ ବାୟୋଟେକର ସହ-ପ୍ରତିଷ୍ଠାତା ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଏଲା ଟୁଇଟ୍ କରି କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ ମଧ୍ୟ ଟିକା ଯୋଗାଇ ନେଇ ନିବେଦନ ଆସିଛି, ତେବେ ଟିକାର ଉପଲବ୍ଧତା ଅନୁସାରେ 24x7 ର ବଣ୍ଟନ ପାଇଁ ପ୍ରକ୍ରିୟାକରଣ କରାଯିବ।

ଟିକା କମ୍ପାନୀରୁ ରାଜ୍ୟ ସରକାର ସିଧାସଳଖ 50 ପ୍ରତିଶତ ଟିକା କିଣିପାରିବେ ବୋଲି କେନ୍ଦ୍ର ପକ୍ଷରୁ ଅନୁମତି ଦିଆଯାଇଛି । ଏହି ଆଧାରରେ କମ୍ପାନୀ କୋଭାକ୍ସିନର ଦର ଧାର୍ଯ୍ୟ କରିଛି । ପ୍ରତି ଡୋଜ ପିଛା ରାଜ୍ୟ ସରକାରଙ୍କୁ 600 ବଦଳରେ 400 ଟଙ୍କାରେ ବିକ୍ରି କରାଯିବ । ସେରମ ଇନଷ୍ଟିଚ୍ୟୁଟ ନିଜର ଦର ହ୍ରାସ କରିବା ପରେ ଭାରତ ବାୟୋଟେକ ମଧ୍ୟ ମୂଲ୍ୟ କମାଇଛି ।

@IANS

ABOUT THE AUTHOR

...view details