ଓଡିଶା

odisha

ETV Bharat / bharat

ଅଗ୍ନିପଥ ଯୋଜନା ବିରୋଧରେ ଆଜି ଭାରତ ବନ୍ଦ ଡାକରା

ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରେ ବିକ୍ଷୋଭକାରୀ ଏବଂ ଛାତ୍ର ସଂଗଠନର ବିହାର ବନ୍ଦ ପରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

bharat bandh today against agnipath scheme
ଅଗ୍ନିପଥ ଯୋଜନା ବିରୋଦ୍ଧରେ ଆଜି ଭାରତ ବନ୍ଦ ଡାକରା

By

Published : Jun 20, 2022, 9:44 AM IST

Updated : Jun 20, 2022, 10:32 AM IST

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ (Agnipath Scheme) ନେଇ ସାରା ଦେଶରେ ବିରୋଧ । ଏଥିସହ ଅନେକ ରାଜ୍ୟରେ ଆନ୍ଦୋଳନ ହିଂସାର ରୂପ ନେଇଛି । ବିହାରରେ ବିକ୍ଷୋଭକାରୀ ଏବଂ ଛାତ୍ର ସଂଗଠନର ବିହାର ବନ୍ଦ ଆହ୍ବାନ ପରେ ଆଜି ଭାରତ ବନ୍ଦ ପାଇଁ ବିଭିନ୍ନ ସଂଗଠନ ଡାକରା ଦେଇଛନ୍ତି । ଫଳରେ ସୁରକ୍ଷା ଦୃଷ୍ଟିରୁ ବିହାର, ଝାଡଖଣ୍ଡ, ହାୱଡା ସମେତ ଦେଶର ଅନେକ ସ୍ଥାନରେ ଅଧିକ ପୋଲିସ ମୁତୟନ ସହ ବ୍ୟବସ୍ଥା ବୃଦ୍ଧି ହୋଇଛି ।

ସମଗ୍ର ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ତୀବ୍ର ବିରୋଦ୍ଧ କରାଯାଉଛି । ଅନେକ ରାଜ୍ୟରେ ହଜାର ହଜାର ଯୁବକ ଏହି ଯୋଜନା ବିରୋଧରେ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ରବିବାର ଦିନ 3 ସେନାର ବରିଷ୍ଠ ଅଧିକାରୀଙ୍କ ମିଳିତ ସାମ୍ବାଦିକରେ ଏହା ସ୍ପଷ୍ଟ କରାଯାଇଥିଲା ଯେ ଅଗ୍ନିପଥ ଯୋଜନା, ପ୍ରତ୍ୟାହୃତ ହେବନାହିଁ । ଏଣିକି ଭାରତୀୟ ସେନାରେ ସାମିଲ ହେବାକୁ ସମସ୍ତ ନିଯୁକ୍ତି ପ୍ରକ୍ରିୟା ଅହି ଯୋଜନା ଦ୍ବାରା କରାଯିବ । ଅଗ୍ନିପଥ ଯୋଜନାର ଲାଭ ବିଷୟରେ କହିଥିଲେ ସେନାମୁଖ୍ୟ । ଏହାପରେ ଆଶାୟୀ ଯୁବକମାନେ ସୋମବାର ଦିନ ଭାରତ ବନ୍ଦର ଘୋଷଣା କରିଥିଲେ । ଭାରତ ବନ୍ଦ ଘୋଷଣାକୁ ଦୃଷ୍ଟିରେ ରଖି RPF ଏବଂ GRP ହାଇ ଆଲର୍ଟରେ ଅଛନ୍ତି ।

ହିଂସା ଘଟାଇଥିବା ବିରୋଧକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରପିଏଫର ବରିଷ୍ଠ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ସମ୍ପତି ନଷ୍ଟ କରୁଥିବା ଓ ପ୍ରତିବାଦ ନାଁରେ ଅରାଜକତା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । RPF ଏବଂ GRP ଅଧିକାରୀ ଭାରତ ବନ୍ଦ ଘୋଷଣା ପରେ କହିଛନ୍ତି ଯେ, ପ୍ରତ୍ୟେକ କୋଣ ଅନୁକୋଣରେ ନଜର ରଖାଯିବ ଏଥିସହ ଯଦି କୌଣସି ବିକ୍ଷୋଭକାରୀ ହିଂସା କରନ୍ତି ତେବେ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ।

Last Updated : Jun 20, 2022, 10:32 AM IST

ABOUT THE AUTHOR

...view details