ଓଡିଶା

odisha

ETV Bharat / bharat

ଚାଷୀଙ୍କ ଭାରତ ବନ୍ଦ, ଜନତା ହନ୍ତସନ୍ତ - Bharat bandh

ଦିଲ୍ଲୀରୁ ନେଇ ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ଓଡିଶା ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ । ହନ୍ତସନ୍ତ ହୋଇଛନ୍ତି ଜନସାଧାରଣ । ଅଧିକ ପଢନ୍ତୁ...

ଚାଷୀଙ୍କ ଭାରତ ବନ୍ଦ, ଜନତା ହନ୍ତସନ୍ତ
ଚାଷୀଙ୍କ ଭାରତ ବନ୍ଦ, ଜନତା ହନ୍ତସନ୍ତ

By

Published : Sep 27, 2021, 10:20 PM IST

ନୂଆଦିଲ୍ଲୀ: କେଉଁଠି ଟାୟାର ଜାଳି ଜବରଦସ୍ତ ରାସ୍ତା ରୋକ ତ ଆଉ କେଉଁଠି ଜୋର ଜବରଦସ୍ତ ରେଳ ଧାରଣା ଅବରୋଧ କରିବାର ଚେଷ୍ଟା । ଦୀର୍ଘ ୧୦ ଘଣ୍ଟା କାଳ ଦେଶରେ ବନ୍ଦ ରହିଲା ଚକଅଖ । ଦିଲ୍ଲୀରୁ ନେଇ ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ଓଡିଶା ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ । ହନ୍ତସନ୍ତ ହୋଇଛନ୍ତି ଜନସାଧାରଣ । ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ନାଁରେ ରାଜରାସ୍ତାରେ ପ୍ରଦର୍ଶନକାରୀଙ୍କ ଦେଖିବାକୁ ମିଳିଛି ହଙ୍ଗାମା ।

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିଛି। ବନ୍ଦ ପାଳନ ବେଳେ ରାଜ୍ୟର ବିଭିନ ପ୍ରାନ୍ତରୁ ଓ ରାଜ୍ୟ ବାହାରରୁ ଆସିଥିବା ଯାତ୍ରୀମାନଙ୍କୁ ବରମୁଣ୍ଡା ବସ ଷ୍ଟାଣ୍ଡରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।

କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ବିରୋଧରେ ଡକାଯାଇଥିବା ଦଶଘଣ୍ଟିଆ ଭାରତ ବନ୍ଦର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ଘଣ୍ଟାଘଣ୍ଟା ଧରି ରାସ୍ତାରେ ଅଟକି ରହିଥିଲା ଗାଡିମୋଟର । ଉତ୍ତର ଭାରତରେ ଅନେଟ ଟ୍ରେନର ଯାତାୟତ ବାଧାପ୍ରାପ୍ତ ହୋଇଥିବାବଳେ ନାଗପୁରରେ ଜବରଦସ୍ତି ଦୋକାନ ବଦାର ବନ୍ଦ କରାଯାଇଥିଲା । ସେପଟେ ଦିଲ୍ଲୀ ଏନସିଆରରେ ଭାରତ ବନ୍ଦ ଯୋଗୁଁ ଟ୍ରାଫିକ ଜାମ୍‌ର ସ୍ଥିତି ଉପୁଜିଥିଲା । ଏହାରି ମଧ୍ୟରେ ଭାରତ ବନ୍ଦ ସଫଳ ହୋଇଥିବା ଦାବି କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ପୂର୍ବରୁ ଟ୍ରେନର ଯେଉଁ ଲୋକମାନେ ଆସିଯାଇଥିଲେ, ସେମାନେ ବସ ଚଳାଚଳ ବନ୍ଦ ଯୋଗୁଁ ଭୁବନେଶ୍ବରର ବିଭିନ୍ନ ବସଷ୍ଟାଣ୍ଡରେ ଘରକୁ ଯିବାପାଇଁ ଚାହିଁ ରହିଥିବା ବେଳେ କେତେବେଳେ ବସ ଯିବ ଅନିଶ୍ଚିତତାରେ ରହି ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା । ଏହାସହ ବାତ୍ୟାର ପ୍ରଭାବ ଯୋଗୁଁ ଗୋଟେ ପଟେ ଟ୍ରେନ ବିଳମ୍ବ ଏପଟେ ବର୍ଷା ହେଉଥିବାରୁ ଛୁଆ ଓ ପରିବାର ସହ ଅପେକ୍ଷା ନେଇ ଉଦବେଗ ପ୍ରକାଶ କରିଛନ୍ତି ଯାତ୍ରୀ ।

ଅନେକ ସ୍ଥାନରେ ଭାରତ ବନ୍ଦର କୌଣସି ପ୍ରଭାବ ପଡିନଥିବା ସ୍ଥିତି ବୟାନ କରିଛି । ନିଜ ଦାବିରେ ଅଟଳ ଆନ୍ଦୋଳନରତ ଚାଷୀ । ଆନ୍ଦୋଳନକୁ ଜୋରଦାର କରିବା ସହ ସାରା ଦେଶରେ ଚକଅଖ ବନ୍ଦ ଲକ୍ଷ୍ୟରେ ଚାଷୀଙ୍କ ପକ୍ଷରୁ ଦିଆଯାଇଥିଲା ଭାରତବନ୍ଦ ଡାକରା । ସେପଟେ ଚାଷୀ ଆନ୍ଦୋଳନକୁ ଆଳ କରି ରାଜନୀତି ଗୋଟି ଚଳାଇବାକୁ କୌଣସି ସୁଯୋଗ ହାତଛଡା କରୁନାହାଁନ୍ତି ବିରୋଧୀ । ଯାହାର ପରିଣାମ ସ୍ବରୂପ ସଂସଦରେ ସରକାରଙ୍କ ସହ ଆଲୋଚନା କରିବାକୁ ଭୟ କରୁଥିବା ବିରୋଧୀ ରାସ୍ତାରେ ସେକୁଛନ୍ତି ରାଜନୈତିକ ରୋଟି ।

ଚାଷୀ ଓ ସରକାରଙ୍କ ମଧ୍ୟରେ ସରିଛି ଅନେକ ରାଉଣ୍ଡ ବୈଠକ । ହେଲେ ଏଯାଏଁ ବାହାରି ପାରୁନାହିଁ କୌଣସି ନିଷ୍କର୍ସ । ସବୁବେଳେ ସ୍ଥାନ କୁହ ଆମେ ଆଲୋଚନା କରିବୁ ବୋଲି କହି ଏକ ପ୍ରକାର ରାଜନୀତିର ଖେଳ ଖେଳୁଛନ୍ତି ପ୍ରଦର୍ଶନକାରୀ । ସବୁସତ୍ତ୍ବେ ଭାରତ ବନ୍ଦରୁ କଣ ସମାଧାନର ରାସ୍ତା ମିଳିବ କି ବୋଲି ଉଠୁଛି ପ୍ରଶ୍ନ ।

ABOUT THE AUTHOR

...view details