ଓଡିଶା

odisha

ETV Bharat / bharat

ଆଜି 12 ଘଣ୍ଟିଆ ଭାରତ ବନ୍ଦ

କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଆଜି 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । ଅଧିକ ପଢନ୍ତୁ...

12 ଘଣ୍ଟିଆ ଭାରତ ବନ୍ଦ
12 ଘଣ୍ଟିଆ ଭାରତ ବନ୍ଦ

By

Published : Mar 26, 2021, 7:05 AM IST

Updated : Mar 26, 2021, 7:11 AM IST

ଭୁବନେଶ୍ବର: କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦିଆ ହୋଇଛି । କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ 12ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆ ହୋଇଛି ।

ଆଜି ସକାଳ 6ଟାରୁ ସଂନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ବନ୍ଦର ପ୍ରଭାବ ରହିବ । ଏହି ବନ୍ଦରେ ଯାନବାହନ, ରେଳ ଚଳାଚଳ ଓ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ ଜରୁରୀ ସେବାକୁ ବନ୍ଦ ପାଳନରୁ ବାଦ ଦିଆଯାଇଛି । କଂଗ୍ରେସ ଓ ବାମପନ୍ଥୀ ଦଳ ସମେତ କେତେକ ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ କରିଛନ୍ତି । ଓଡିଶାରେ ଏହି ବନ୍ଦ ଡାକରାର ଦାୟିତ୍ବ ନେଇଛି ନବ ନିର୍ମାଣ କୃଷକ ସଂଗଠନ । ଓଡିଶାରେ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି ।

Last Updated : Mar 26, 2021, 7:11 AM IST

ABOUT THE AUTHOR

...view details