ଓଡିଶା

odisha

By ETV Bharat Odisha Team

Published : Dec 12, 2023, 4:26 PM IST

Updated : Dec 12, 2023, 6:26 PM IST

ETV Bharat / bharat

ସରପ୍ରାଇଜ୍ ! ପ୍ରଥମ ଥର ବିଧାୟକରୁ ବନିଲେ ମୁଖ୍ୟମନ୍ତ୍ରୀ, ଭଜନଲାଲଙ୍କ ମଥାରେ ରାଜସ୍ଥାନ ରାଜତିଳକ

(Bhajanlala shrma to be Rajasthan new cm) ପ୍ରଥମ ଥରର ବିଧାୟକ ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ । ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରଓ୍ବା ଉପମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ
ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ

ଜୟପୁର:ଅନ୍ୟ ଦୁଇ ରାଜ୍ୟଠାରୁ ରାଜସ୍ଥାନରେ ବିଜେପିର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଅଧିକ ଆଶ୍ଚର୍ଯ୍ୟ କରିଛି । ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନିତ ହୋଇଛନ୍ତି । ଆଜି ବିଧାୟକ ଦଳ ବୈଠକରେ ଭଜନଲାଲାଙ୍କ ନାମରେ ମୋହର ଲାଗିଛି । ଅନ୍ୟ ଦୁଇ ରାଜ୍ୟ ପରି ରାଜସ୍ଥାନରେ ମଧ୍ଯ ଅପ୍ରତ୍ୟାଶିତ ମୁଖ୍ୟମନ୍ତ୍ରୀ ଚେହେରା ଚୟନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ପଦର ଦାବିଦାରିରେ ଆଗଧାଡିରେ ଥିବା ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରଓ୍ବାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି ।

ଶର୍ମା ଏବେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ସେ ସାଙ୍ଗନେର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ପ୍ରଥମ ଥର ବିଧାୟକ ହୋଇଛନ୍ତି ।ତେବେ ସକ୍ରିୟ ରାଜନୀତିରେ ପ୍ରଥମ ଇନିିସଂ ଖେଳିଥିବା ଶର୍ମାଙ୍କର ଦୀର୍ଘ ସାଙ୍ଗଠନିକ କ୍ୟାରିୟର ରହିଛି । ଏହା ସହ ସେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (ଆରଏସଏସ) ପୃଷ୍ଠଭୂମିରୁ ମଧ୍ୟ ଆସିଛନ୍ତି । ସଂଘର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ ଶର୍ମା । ଏହା ପରେ ସେ ବିଜେପିରେ ଯୋଗଦାନ କରିବା ସହ ସାଙ୍ଗଠନିକ ଦାୟିତ୍ବ ଗ୍ରହଣ କରିଥିଲେ । ପରେ ସକ୍ରିୟ ରାଜନୀତିକୁ ଆସିବା ସହ ଚଳିତ ନିର୍ବାଚନରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ବାଲକନାଥ, ଦୀୟା କୁମାରୀଙ୍କ ପରି ଚର୍ଚ୍ଚିତ ଚେହେରାଙ୍କୁ ବାଦ ଦେଇ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ମନୋନିତ କରିଛି ।

ଦିନକୁ ପୂର୍ବରୁ ଛତିଶଗଡରେ ବିଷ୍ଣୁଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା ଦଳ । ଗତକାଲି ମଧ୍ୟ ପ୍ରଦେଶରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରାଯାଇଥିଲା । ଆଜି ଶେଷ ରାଜ୍ୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଚେହେରା ଅନ୍ୟ ଦୁଇ ରାଜ୍ୟଠାରୁ ଅଧିକ ଆଶ୍ଚର୍ଯ୍ୟ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀରୁ ଇସ୍ତଫା ଦେଇଥିବା ଏକାଧିକ ସାଂସଦ ଓ ତମାମ ଦାବିଦାରକୁ ପଛରେ ପକାଇ ଦଳ ପ୍ରଥମ ଥରର ବିଧାୟକ ଭଜନଲାଲ ଶର୍ମାଙ୍କୁ ମୁଖ୍ଯମନ୍ତ୍ରୀ କରିଛି ।

ଏହା ମଧ୍ୟ ପଢନ୍ତୁ :- ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କାଲି ବିଜେପି ସରକାରର ଶପଥ: ସାମିଲ ହେବେ ମୋଦି ଓ ଶାହ

2024 ସଧାରଣ ନିର୍ବାଚନ ପୂର୍ବରୁ ବିଜେପି 3 ରାଜ୍ୟରେ ନୂଆ ମୁହଁଦେବା ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା, ତାହା ଶତପ୍ରତିଶତ ସଠିକ ପ୍ରମାଣିତ ହୋଇଛି । 3 ରାଜ୍ୟରେ ଅନୁଭବୀ ଓ ଆଗଧାଡିର ଦାବିଦାର ବାଦ ପଡିଛନ୍ତି । ପ୍ରଥମ ଦିନରୁ ଆଦୌ ଚର୍ଚ୍ଚାରେ ନଥିବା 3 ମୁହିଁଙ୍କୁ 3 ରାଜ୍ୟରେ ମୁଖ୍ଯମନ୍ତ୍ରୀ କରି ଦଳ ସମସ୍ତଙ୍କୁ ଚକିତ କରିଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 12, 2023, 6:26 PM IST

ABOUT THE AUTHOR

...view details