ଓଡିଶା

odisha

By

Published : Oct 25, 2022, 9:55 AM IST

ETV Bharat / bharat

Bhai Dooj 2022: ସୂର୍ଯ୍ୟପରାଗ ପାଇଁ ଦ୍ବନ୍ଦ୍ବରେ ଶ୍ରଦ୍ଧାଳୁ, କେବେ ପାଳନ ହେବ ଭାଇ ଦୁଜ

ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣପକ୍ଷ ଦ୍ବିତୀୟା ତିଥିରେ ଭାଇ ଦୁଜ(Bhai Dooj) ପାଳନ କରାଯାଏ । ଦୀପାବଳିରେ ସୂର୍ଯ୍ୟପରାଗ ପଡୁଥିବାରୁ ଭାଇ ଦୁଜାକୁ କେବେ ପାଳନ ହେବ ସେନେଇ ସମସ୍ତଙ୍କ ମନରେ ଦ୍ବନ୍ଦ୍ବ ଜାରି ରହିଛି । ଚଳିତ ବର୍ଷ 26 ତରିଖରେ କି 27 ତାରିଖରେ ହେବ ସେନେଇ ସମସ୍ତଙ୍କ ମନରେ ଦ୍ବନ୍ଦ୍ବ ରହିଛି । ଅଧିକ ପଢନ୍ତୁ

Bhai Dooj 2022:  କେବେ ପାଳନ କରିବେ?
Bhai Dooj 2022: କେବେ ପାଳନ କରିବେ?

ହାଇଦ୍ରାବାଦ: ଭାଇ ଭଉଣୀର ସମ୍ପର୍କ ଆନ୍ତରିକତା, ପ୍ରତିଶୃତି ଓ ସ୍ନେହ ସୌହାର୍ଦ୍ଦ୍ୟର ସମ୍ପର୍କ । ରାଗ, ଋଷା, ମାନ ଅଭିମାନର ସୁନ୍ଦର ସମ୍ପର୍କ । ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣପକ୍ଷ ଦ୍ବିତୀୟା ତିଥିରେ ଭାଇ ଦୁଜ(Bhai Dooj) ପାଳନ କରାଯାଏ । ଏହାକୁ ଭାଇ ଦ୍ବିତୀୟା ମଧ୍ୟ କୁହାଯାଏ । ଏହି ଦିନରେ ଭଉଣୀ ଭାଇର ଶୁଭ ମନାସିବା ସହ ଦିର୍ଘାୟୁ କାମନା କରି ପୂଜା କରିଥାନ୍ତି । ତେବେ ଚଳିତବର୍ଷ ଦୀପାବଳିରେ ସୂର୍ଯ୍ୟପରାଗ ପଡୁଥିବାରୁ ଭାଇ ଦୁଜାକୁ କେବେ ପାଳନ ହେବ ସେନେଇ ସମସ୍ତଙ୍କ ମନରେ ଦ୍ବନ୍ଦ ଜାରି ରହିଛି । ଚଳିତ ବର୍ଷ 26 ତରିଖରେ କି 27 ତାରିଖରେ ହେବ ସେନେଇ ସମସ୍ତଙ୍କ ମନରେ ଦ୍ବନ୍ଦ ରହିଛି ।

ଏହା ମଧ୍ୟ ପଢନ୍ତୁ: Rishi Sunak New UK PM: ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ

ଧାର୍ମିକ କଥାବସ୍ତୁ ଅନୁଯାୟୀ, ଏହି ତିଥି ସହ ଯମରାଜ ଓ ଦ୍ବିତୀୟା ତିଥିର ସମ୍ବନ୍ଧ ଥିବାରୁ ଏହାକୁ ଜମ ଦ୍ବିତୀୟା ମଧ୍ୟ କୁହାଯାଏ । ଭାଇ ଦୁଜା ବା ଯମ ଦ୍ବିତୀୟା ଦିନ ଯମରାଜ ତାଙ୍କ ଭଉଣୀ ଯମୁନାଙ୍କ ଘରକୁ ଯାଇ କିଛି ରୀତିନୀତି କରି ତାଙ୍କୁ ଅଭିବାଦନ କରିବା ପରେ ଭୋଜନ କରିଥିଲେ । ଭାଇଦୁଜ ଦିନ ଯମରାଜଙ୍କ ପୂଜା କରାଯାଇଥାଏ । ଶାସ୍ତ୍ରାନୁସାରେ ଯମଦେବତା ନିଜ ଭଉଣୀ ଯମୁନାକୁ ଭେଟିବା ପାଇଁ ମର୍ତ୍ତ୍ୟଲୋକକୁ ଆସନ୍ତି । ଏଣୁ ଭାଇମାନଙ୍କ ସହ ଭଉଣୀମାନେ ମିଳିତ ଭାବେ ଯମୁନା ସ୍ନାନ କରନ୍ତି । ଭଉଣୀମାନେ ବ୍ରତ ସଂକଳ୍ପ ପୂର୍ବକ ଭାଇମାନଙ୍କର ଦୀର୍ଘଜୀବନ, ଐଶ୍ବର୍ଯ୍ୟ ତଥା ସର୍ବମଙ୍ଗଳ କାମନା କରି ମୃତ୍ୟୁ ଦେବତା ଯମରାଜାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି । ଦୂରରେ ରହୁଥିବା ଭଉଣୀମାନେ ଏହିଦିନ ସକାଳୁ ସ୍ନାନାଦି କର୍ମ ସମାପନ କରି ଗଣେଶଙ୍କୁ ସ୍ଥାପନ କରି ଯମ, ଯମୁନା, ଚିତ୍ରଗୁପ୍ତ ଏବଂ ଯମଦୂତଙ୍କ ବିଧିବିଧାନର ସହିତ ପୂଜା ଶେଷରେ ଯମରାଜାଙ୍କୁ ଯମରାଜାଙ୍କୁ ପୂଜା କରିଥାନ୍ତି ।

Bhai Dooj 2022: ତାରିଖ ଏବଂ ପୂଜା ମୁହୁରତ

ତେବେ ଚଳିତ ବର୍ଷ କୃଷ୍ଣପକ୍ଷ ଦ୍ବିତୀୟା ତିଥି ଭଉୟ 26 ଏବଂ 27 ଅକ୍ଟୋବର ଦିନ ପଡୁଛି । ଭାଇ ଦୁଜ ପର୍ବ ଅକ୍ଟୋବର 26 ତାରିଖ ମଧ୍ୟାହ୍ନ 2.43ରୁ ଆରମ୍ଭ ହୋଇ 27 ତାରିଖ ଦିନ 12.45 ଯାଏଁ ରହିବ । ତେବେ ଭାଇ ଦୁଜାରେ ଭାଇର କପାଳରେ ତିଳକ ଲଗାଇ ପୂଜା କରିବାର ପାଇଁ ଶୁଭ ସମୟ ପୂର୍ବାହ୍ନ 12:14ରୁ 12.47 ମଧ୍ୟରେ କରନ୍ତୁ ।

ତେବେ ଅନେକ ସ୍ଥାନରେ ଅକ୍ଟୋବର 27 ତାରିଖରେ ଭାଇ ଦୁଜ ପାଳନ କରାଯିବ । ଉଦୟ ତିଥି ଅନୁଯାୟୀ, ଅକ୍ଟୋବର 27 ରେ ଭାଇ ଦୁଜ ପାଳନ କରିବାର ଶୁଭ ସମୟ ସକାଳ 11:07 ରୁ 12:46 ପର୍ଯ୍ୟନ୍ତ ରହିବ ।

ABOUT THE AUTHOR

...view details