ଓଡିଶା

odisha

ETV Bharat / bharat

ଆକ୍ସନ ମୁଡରେ ମାନ ! ପଞ୍ଜାବରେ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିବନି ଅତିରିକ୍ତ ପୋଲିସ ସୁରକ୍ଷା - ଭଗଓ୍ବନ୍ତ ମାନଙ୍କ ପ୍ରତିକ୍ରିୟା

ପଞ୍ଜାବରେ ହଟିବ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳୁଥିବା ଅତିରିକ୍ତ ପୋଲିସ ସୁରକ୍ଷା । ଶପଥ ଗ୍ରହଣ ପୂର୍ବରୁ ସୂଚନା ଦେଲେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । କହିଲେ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିବିଶେଷଙ୍କ ଠାରୁ ପଞ୍ଜାବବାସୀଙ୍କ ସୁରକ୍ଷା ଆପ ସରକାର ପାଇଁ ହେବ ପ୍ରାଥମିକତା । ଅଧିକ ପଢନ୍ତୁ

ପଞ୍ଜାବରେ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିବନି ଅତିରିକ୍ତ ପୋଲିସ ସୁରକ୍ଷା
ପଞ୍ଜାବରେ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିବନି ଅତିରିକ୍ତ ପୋଲିସ ସୁରକ୍ଷା

By

Published : Mar 12, 2022, 10:34 PM IST

ଚଣ୍ଡିଗଡ:ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କ ପରି ରାଜନେତାଙ୍କୁ ମିଳୁଥିବା ଅତିରିକ୍ତ ପୋଲିସ ସୁରକ୍ଷାକୁ ପ୍ରତ୍ୟାହାର କରିବ ଆପ୍ ସରକାର । ନୂତନ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏନେଇ ସୂଚନା ଦେଇ କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ପରିବର୍ତ୍ତେ ପୋଲିସ ବ୍ୟବସ୍ଥା ପ୍ରଦେଶର ସାଧାରଣ ଲୋକଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳା କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ହେବାକୁ ଥିବା ଆପ ସରକାର ଏହି ଦିଗରେ କାର୍ଯ୍ୟକ୍ରମ ହାତକୁ ନେବେ ।

ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ପୋଲିସ ସୁରକ୍ଷା ହଟାଉଥିବାର ଖବର ସମ୍ପର୍କିତ ଏକ ପ୍ରଶ୍ନରେ ମାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ମୁଁ ଭାବୁଛି ପଞ୍ଜାବର ଲୋକଙ୍କ ସୁରକ୍ଷା କିଛି ଲୋକଙ୍କ ସୁରକ୍ଷା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ରାଜନେତାମାନଙ୍କୁ ପୋଲିସ ସୁରକ୍ଷା ଯୋଗାଉଛି । କିନ୍ତୁ ଯେଉଁଠି ପୋଲିସ ଫୋର୍ସ ନିୟୋଜିତ ହେବାର ଆବଶ୍ୟକତା ଥିବ ସେଠାରେ ହିଁ କେବଳ ପୋଲିସ ସୁରକ୍ଷା ଯୋଗାଇ ଦିଆଯିବା ନେଇ ସେ ସୂଚନା ଦେଇଛନ୍ତି ।

16 ତାରିଖରେ ଭଗଓ୍ବନ୍ତ ମାନ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ପରେ ବିଧାନସଭା ନିର୍ବାଚନରେ ​​ଦଳର ବିଜୟକୁ ନେଇ ମାନ ଏବଂ ପାର୍ଟି ମୁଖ୍ୟ କେଜ୍ରିୱାଲ ଅମୃତସରରେ ଏକ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସରକାର ଗଠନ ପାଇଁ ମାନ ଆଜି (ଶନିବାର) ଚଣ୍ଡିଗଡ଼ରେ ରାଜଭବନରେ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ମଧ୍ୟ ଭେଟି ଆଲୋଚନା ମଧ୍ୟ କରିଥିଲେ ।

ଚଳିତ ନିର୍ବାଚନରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି 92 ଟି ସିଟ୍ ସହ ଏକ ଐତିହାସିକ ବିଜୟ ସହ ସରକାର କରିବାକୁ ଯାଉଛି । 117 ସଦସ୍ୟ ବିଶିଷ୍ଟ ବିଧାନସଭାରେ କ୍ଷମତାରେ ଥିବା କଂଗ୍ରେସ 18ଟି ଆସନ ଜିତିଥିବାବେଳେ ବିଜେପି ମାତ୍ର ୨ଟି ଏବଂ ଶିରୋମଣି ଅକାଳୀ ଦଳ ୩ଟି ଆସନରେ ସୀମିତ ରହିବାକୁ ବାଧ୍ୟ ହୋଇଥିଲା ।

ANI

ABOUT THE AUTHOR

...view details