ଓଡିଶା

odisha

By

Published : Mar 20, 2022, 7:11 PM IST

ETV Bharat / bharat

Bikram Majithia Drug Case: ନୂଆ SIT ଟିମ ଗଠନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମାନ

ଅକାଳି ନେତା ବିକ୍ରମ ମଜିଠିଆ ଡ୍ରଗ୍ସ କେସର ତଦନ୍ତ ପାଇଁ ଆକ୍ସନ ମୋଡରେ ମାନ ସରକାର । ନୂଆ SIT ଟିମ ଗଠନ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Bikram Majithia drug case: ନୂଆ SIT ଟିମ ଗଠନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମାନ
Bikram Majithia drug case: ନୂଆ SIT ଟିମ ଗଠନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମାନ

ଚଣ୍ଡିଗଡ: ଡ୍ରଗ୍ସ କାରବାର ଅଭିଯୋଗରେ ତଦନ୍ତ ପରିସରରେ ଥିବା ବରିଷ୍ଠ ଅକାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମଜିଠିଆଙ୍କ ବିରୋଧରେ ଚାଲିଥିବା ତଦନ୍ତକୁୁ ତ୍ବରାନ୍ବିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ମାନ ସରକାର । ଆଜି ଘଟଣାର ତଦନ୍ତ ଜାରି ପାଇଁ ନୂଆ SIT ଟିମ ଗଠନ କରିବା ପାଇଁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମାନଙ୍କର ଏହା ହେଉଛି ପୋଲିସ ଓ ଆଇନ ଶୃଙ୍ଖଳା ସମ୍ପର୍କିତ ପ୍ରସଙ୍ଗରେ ପ୍ରଥମ ନିର୍ଦ୍ଦେଶ ।

ମିଳିଥିବା ସୂଚନା ଅନୁସାରେ, ଗଠନ ହେବାକୁ ଥିବା ନୂଆ ଏସଆଇଟି ଟିମ AIG ଗୁରୁଶରଣ ସିଂ ସାନ୍ଧୁଙ୍କ ନେତୃତ୍ୱରେ କାର୍ଯ୍ୟ ଆରମ୍ଭ କରିବାକୁ ଥିବାବେଳେ ଏଥିରେ ଅନ୍ୟ ୪ଜଣ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ରହିବେ । ଏଆଇଜି ରାହୁଲ ଏସ ଏବଂ ରଣଜିତ ସିଂଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ଡିଏସପି ପ୍ୟାହାର ଦୁଇ ଅଧିକାରୀଙ୍କୁ ମଧ୍ୟ ସ୍ଥାନ ମିଳିଛି ।

ପୂର୍ବରୁ ଏସଆଇଟି ଟିମ ଏଆଇଜି ବଲରାଜ ସିଂଙ୍କ ନେତୃତ୍ୱରେ ତଦନ୍ତ କାର୍ଯ୍ୟ ଜାରି ରଖିଥିବାବେଳେ ଏଥିରେ ୩ଜଣ ସଦସ୍ୟ ରହିଥିଲେ । ତେବେ ମାନ ସରକାର ଆସିବା ପରେ ତଦନ୍ତରେ ଶିଥିଳତା ଅନୁଭବ କରିବା ସହ ନୂଆ ଏସଆଇଟି ଗଠନ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ (2021) ମସିହା ଡିସେମ୍ବର 20 ତାରିଖରେ NDPS ଅଧିନିୟମ ଅଧୀନରେ ପଞ୍ଜୀକୃତ ହୋଇଥିବା FIR ଆଧାରରେ ମଜିଠିଆଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା । ପରେ ଏହି ଘଟଣାରେ ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details