ଚଣ୍ତିଗଡ:ପଞ୍ଜାବରେ ଆପ ସରକାର ଗଠନର ଆଜି(ଶନିବାର) ମାସେ ପୁରିଛି । ଅର୍ଥାତ ଠିକ ଆଜିର ଦିନରେ ମାର୍ଚ୍ଚ ୧୬ ତାରିଖରେ ଆପର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଭଗୱନ୍ତ ମାନ । ଏ ଅବସରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ୨୦୨୨ ଜୁଲାଇ ୧ରୁ ରାଜ୍ୟବାସୀ ୩୦୦ ୟୁନିଟ ମାଗଣା ବିଜୁଳି(300 units of free electricity) ପାଇବେ ବୋଲି କହିଛନ୍ତି ପଞ୍ଜାବ ସିଏମ ।
କଥା ରଖିଲେ ମାନ: ଜୁଲାଇ ପହିଲାରୁ ମିଳିବ 300 ୟୁନିଟ୍ ମାଗଣା ବିଜୁଳି - CM Bhagwant Mann will make a big announcement today
ପଞ୍ଜାବରେ ଆପ ସରକାର ଗଠନର ଆଜି(ଶନିବାର) ମାସେ ପୁରିଛି । ଏ ଅବସରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବଡ ଘୋଷଣା । ୨୦୨୨ ଜୁଲାଇ୧ରୁ ରାଜ୍ୟବାସୀ ପାଇବେ ୩୦୦ ୟୁନିଟ ମାଗଣା ବିଜୁଳି(300 units of free electricity)। ଅଧିକ ପଢନ୍ତୁ
ଏନେଇ ଗୁରୁବାର ଦିନ ଜଲନ୍ଧରରେ ଏକ ସାମ୍ବାଦିକ ସମ୍ମିଳନୀରେ ମାନ କହିଥିଲେ ଯେ 16 ତାରିଖ ଦିନ ଆମେ ପଞ୍ଜାବବାସୀଙ୍କୁ ଏକ ଭଲ ଖବର ଦେବୁ । ରାଜ୍ୟବାସୀଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଯୋଗାଇବା ନେଇ ମାନ ମଙ୍ଗଳବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ଦିର୍ଘ ସମୟ ଧରି ଆଲୋଚନା ବି ହୋଇଥିଲା ।
ଗତ ମାସରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଆପ ପ୍ରତିଶ୍ରୃତି ଦେଇଥିଲା ଯେ ଯଦି ଆପ ପଞ୍ଜାବରେ ସରକାର ଗଢେ । ତେବେ ପ୍ରତ୍ୟକ ଘରକୁ 300 ୟୁନିଟ୍ ମାଗଣା ବିଜୁଳି ଯୋଗାଣ କରିବ । ସେହିପରି ଘରେ ଘରେ ରାସନ ପହଞ୍ଚାଇବା ଯୋଜନା(doorstep ration delivery scheme) ମଧ୍ୟ ରାଜ୍ୟରେ ଆରମ୍ଭ କରିଦେଇଛନ୍ତି ମାନ ସରକାର । ଯାହା ଆପର ପ୍ରତିଶ୍ରୃତି ପଞ୍ଜାବବାସୀଙ୍କ ପାଇଁ ଥିଲା ।