ଓଡିଶା

odisha

ETV Bharat / bharat

Punjab Assembly: ଆସ୍ଥା ଭୋଟ ଜିତିଲେ ମାନ, ସପକ୍ଷରେ ୯୨ ଭୋଟ - Confidence Vote in Punjab Assembly

ବିଧାନସଭାରେ ବିଶ୍ବାସମତ ସାବ୍ୟସ୍ତ କଲା ଆମ୍‌ ଆଦ୍‌ମୀ ପାର୍ଟି । ବିଶ୍ବାସମତ ସମୟରେ ସରକାରଙ୍କ ସପକ୍ଷରେ ୯୨ଟି ଭୋଟ ପଡ଼ିଛି । ଅଧିକ ପଢ଼ନ୍ତୁ

bhagwant-mann-govt-wins-confidence-vote-in-punjab-assembly
Punjab Assembly: ଆସ୍ଥା ଭୋଟ୍‌ ଜିତିଲା ଆମ୍‌ ଆଦ୍‌ମୀ ପାର୍ଟି, ସପକ୍ଷରେ ୯୨ ଭୋଟ୍‌

By

Published : Oct 3, 2022, 9:26 PM IST

ଚଣ୍ଡିଗଡ଼:ପଞ୍ଜାବ ବିଧାନସଭାରେ ଆସ୍ଥା ଭୋଟ୍‌ ବିଜୟୀ ହେଲା ଆମ୍‌ ଆଦ୍‌ମୀ ପାର୍ଟି । ଆସ୍ଥା ଭୋଟ୍‌ ସମୟରେ ସରକାରଙ୍କ ସପକ୍ଷରେ ୯୨ଟି ଭୋଟ ପଡ଼ିଛି । ବିଧାନସଭାରେ ବିଶ୍ବାସମତ ସାବ୍ୟସ୍ତ ହେବାପରେ ସୋମବାର ଏହି ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଶେଷ ହୋଇଛି ।

ସୋମବାର ବିଧାନସଭା ଅଧିବେଶନ ଆରମ୍ଭରୁ ହିଁ ଆପ୍‌ର ଆସ୍ଥା ଭୋଟ୍‌କୁ ବିରୋଧ କରିଥିଲେ କଂଗ୍ରେସ ବିଧାୟକ । ତେବେ କିଛି ସମୟରେ ଗୃହ ଶାନ୍ତ ପଡ଼ିଥିଲା ଓ ଗୃହକାର୍ଯ୍ୟ ଆଗେଇଥିଲା । ପଞ୍ଜାବରେ ଥିବା ଅସଲ ମୁଦ୍ଦାକୁ ଭୁଲି ଆପ୍‌ ବିଶ୍ବାସମତ ପ୍ରସ୍ତାବ ରଖୁଥିବା ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ପ୍ରତାପ ସିଂହ ବାଜୱା ।

ବିଶ୍ବାସମତ ପାଇଁ ୧୧୭ ସଦସ୍ୟ ଥିବା ପଞ୍ଜାବ ବିଧାନସଭାରେ ବିଧାୟକଙ୍କ ସଂଖ୍ୟାକୁ ଦୃଷ୍ଟିରେ ଭୋଟ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଆପ୍‌ ଖାତାରେ ୯୨ଟି ଭୋଟ ପଡ଼ିଥିବା ବେଳେ, କଂଗ୍ରେସ ଖାତାରେ ୧୮, ଅକାଳୀ ଦଳକୁ ୩ ଓ ବିଜେପିକୁ ଦୁଇଟି ଭୋଟ୍‌ ଯାଇଥିବା ବେଳେ ବିଏସ୍‌ପି ପାଖରେ ଗୋଟିଏ ଭୋଟ ରହିଥିଲା । ଜଣେ ନିର୍ଦ୍ଦଳୀୟ ବିଧାୟକ ରହିଥିଲେ । ସେପ୍ଟେମ୍ବର ୨୭ ତାରିଖରେ ବିଧାନସଭା ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ୍‌ ଗୃହରେ ଆସ୍ଥା ଭୋଟ୍‌ ପ୍ରସ୍ତାବ ରଖିଥିଲେ । ଏହାପରେ ପଞ୍ଜାବରେ ବିଜେପି ଅପରେସନ ଲୋଟସ୍‌ ଚଳାଇଥିବା ଟାର୍ଗେଟ୍‌ କରିଥିଲେ ।

ଏହାକୁ ନେଇ ସୋମବାର ଭାଗୱନ୍ତ ମାନ୍‌ କହିଛନ୍ତି, "ପଞ୍ଜାବରେ ବିଜେପିର ଅପରେସନ ଲୋଟସ ଫେଲ୍‌ ମାରିଛି ।" ଏହାପୂର୍ବରୁ ଆପ୍‌ର ୧୦ ଜଣ ବିଧାୟକଙ୍କୁ ବିଜେପି ୨୫ କୋଟି ଟଙ୍କା ଅଫର୍‌ ଦେଇ ନିଜ ଦଳ ସହ ମିଶାଇବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ କରିଥିଲେ ମାନ୍‌ । ସେପଟେ ଆସ୍ଥା ଭୋଟ୍‌ ପୂର୍ବରୁ ଅନ୍ୟ ମୁଦ୍ଦା ଉପରେ ଚର୍ଚ୍ଚା କରିବା ପାଇଁ କଂଗ୍ରେସ ବିଧାୟକ ଦାବି କରିଥିଲେ ।

ABOUT THE AUTHOR

...view details