ନୂଆଦିଲ୍ଲୀ: ମନ କି ବାତ କାର୍ଯ୍ୟକ୍ରମରେ ଓଡିଶାର ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ନଭେମ୍ବର 15ରେ ଦେଶର ମହାପୁରୁଷ, ବୀର ଯୋଦ୍ଧା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ । ଭଗବାନ ବିର୍ସା ମୁଣ୍ଡା ଆମର ପ୍ରେରଣା ବୋଲି କହିଛନ୍ତି ମୋଦି ।
'ଭଗବାନ ବିର୍ସା ମୁଣ୍ଡା ଆମ ପାଇଁ ପ୍ରେରଣା' - ମନ କି ବାତ
ଭଗବାନ ବିର୍ସା ମୁଣ୍ଡା ଆମର ପ୍ରେରଣା ବୋଲି ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କୁ ଧରିତ୍ରୀ ପିତା କୁହାଯାଏ । ଭଗବାନ ବିର୍ସା ମୁଣ୍ଡା ଯେଭଳି ଭାବରେ ନିଜ ସଂସ୍କୃତି, ଜଙ୍ଗଲ, ମାଟିର ରକ୍ଷା ପାଇଁ ସଂଘର୍ଷ କରିଥିଲେ, ତାହା କେବଳ ଧରିତ୍ରୀର ଜନକ ହିଁ କରିପାରେ । ସେ ସେ ନିଜ ସଂସ୍କୃତି ଓ ଏହାର ମୂଳ ଆଧାର ପ୍ରତି ଗର୍ବ କରିବା ଶିଖାଇଥିଲେ ବୋଲି କହିଛନ୍ତି ମୋଦି ।
ବିଦେଶୀ ଶାସକମାନେ ବିର୍ସା ମୁଣ୍ଡାକୁ ଅନେକ ଧମକ ଦେଇଥିଲେ, ଚାପ ପ୍ରୟୋଗ କରିଥିଲେ । ହେଲେ ସେ ଆଦିବାସୀ ସଂସ୍କୃତିକୁ ଛାଡିନଥିଲେ । ଭଗବାନ ବିର୍ସା ମୁଣ୍ଡା ଆମ ପାଇଁ ପ୍ରେରଣା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।