କୋଲକାତା: ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ସମୟରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଭବାନୀପୁର ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ । ଟିଏମସି ବିଧାୟକ ତ୍ରିନାଥ କଂଗ୍ରେସ ୱାର୍ଡ ନମ୍ବର 72ର ଏକ ମତଦାନ ବୁଥରେ ଉଦ୍ଦେଶ୍ୟମୂଳକ ଭାବେ ଭୋଟ୍ ମେସିନ୍ ବନ୍ଦ କରିଦେଇଛନ୍ତି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।
ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭବାନୀପୁର ବିଜେପି ପ୍ରାର୍ଥୀ ମତଦାନ ବୁଥରେ ପହଞ୍ଚିଛନ୍ତି । ଏହିସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟିବ୍ରୁୱାଲ କହିଛନ୍ତି ଯେ, ଟିଏମସିର ମଦନ ମିତ୍ର ଉଦ୍ଦେଶ୍ୟମୂଳକ ଭାବେ ବୁଥ୍ ନ୍ଂ ୭୨କୁ ବନ୍ଦ କରିଦେଇଛନ୍ତି ।