ଓଡିଶା

odisha

ETV Bharat / bharat

ବୋରୱେଲରୁ ତନ୍ମୟଙ୍କୁ ବଞ୍ଚାଇବା ପାଇଁ ଚାଲିଛି ପ୍ରୟାସ, ଉଦ୍ଧାର କାମରେ ପଥର ବାଧା

ବୋରୱେଲର ଗଭୀର ୪ ଶହ ଫୁଟ ହୋଇଥିବାବେଳେ ତନ୍ମୟ ୫୦ ଫୁଟରେ ଅଟକି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ଉଦ୍ଧାର କାମ ଜାରି ରଖିଛି । ବୋରୱେଲ୍ ଭିତରେ ତନ୍ମୟ ଅଚେତ୍ ହୋଇଯାଇଥିବା କଥା ଏବେ ସାମ୍ନାକୁ ଆସୁଛି । ଯାହାକି ଚିନ୍ତାର ବିଷୟ ପାଲଟିଛି । ଅଧିକ ପଢନ୍ତୁ

By

Published : Dec 7, 2022, 2:07 PM IST

ତନ୍ମୟ
ତନ୍ମୟ

ଭୋପାଳ:ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଏକ ବୋରଓ୍ବେଲରେ ଜଣେ 6 ବର୍ଷୀୟ ବାଳକ ତନ୍ମୟ ଖସିପଡିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା SDRF ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ବାଳକ ତନ୍ମୟକୁ ଉଦ୍ଧାର କରିବା ପାଇଁ ୨ପୋକଲେନ୍ ଏବଂ ଗୋଟିଏ ଜେସିବି ଲାଗିଛି ।

ତେବେ ସୂଚନାନୁସାରେ ଶିଶୁଟିର ହାତକୁ ବାନ୍ଧି ଉପରକୁ ଉଠାଇବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ଶିଶୁଟି 12 ଫୁଟ ଉପରକୁ ଆସିବା ମାତ୍ରେ ଦଉଡିଟି ଖସି ଯାଇଥିଲା । ବର୍ତ୍ତମାନ ଶିଶୁ ସହ କୌଣସି ଯୋଗାଯୋଗ ହୋଇପାରିନଥିବା ନେଇ ସୂଚନା ରହିଛି (Not getting response child after coming up 12 feet)। ସ୍ଥାନୀୟ ପ୍ରଶାସନ ଓ ରେସକ୍ୟୁ ଟିମ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ କରିଛନ୍ତି ।

ପୋକଲେନ୍ ଏବଂ ଜେସିବି ମେସିନ୍ ସାହାଯ୍ୟରେ ବୋରଓ୍ବେଲ ଠାରୁ 30 ଫୁଟ ଦୂରରେ ସମାନ୍ତରଳ ଭାବେ ଗାତ ଖୋଳାଯାଉଛି । ଗତକାଲି ବାପାଙ୍କର ଶେଷଥର ପାଇଁ ତନ୍ମୟଙ୍କ ସହ କଥା ହୋଇଥିଲା । ସେତେବେଳେ ତନ୍ମୟ କହିଥିଲେ," ଏଠାରେ ବହୁତ ଅନ୍ଧକାର | ମୁଁ ଭୟଭୀତ । ମୋତେ ଶୀଘ୍ର ବାହାରକୁ ବାହାର କରିଦିଅ ।"

ଏହା ମଧ୍ୟ ପଢନ୍ତୁ: ବୋରଓ୍ବେଲରେ ଫସିଛି 6 ବର୍ଷର ବାଳକ, ରେସକ୍ୟୁ ଅପରେସନ ଜାରି

ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ବିଟ କରି କହିଛନ୍ତି ଯେ, ‘‘ବୋରଓ୍ବେଲରେ ଖସିପଡିଥିବା ଜଣେ 6ବର୍ଷୀୟ ବାଳକ ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଛୁଆକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପରିବାର ଲୋକେ ଉପସ୍ଥିତ ରହିଛନ୍ତି । ଛୁଆର ସୁରକ୍ଷା ପାଇଁ ମୁଁ ଭଗବାନ ନିକଟରେ ପ୍ରାର୍ଥନା କରୁଛି ।"

ଏନେଇ ଜିଲ୍ଲାପାଳ ଅମାନବୀର ବୈଁସ କହିଛନ୍ତି,"ତନ୍ମୟକୁ ବୋରୱେଲରୁ ବାହାର କରିବା ପାଇଁ ହାତରେ ଏକ ଦଉଡି ବାନ୍ଧି ତାଙ୍କୁ ଟାଣିବା ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା । ଏହି କାରଣରୁ ପିଲାଟି ମଧ୍ୟ 12 ଫୁଟ ଉପରକୁ ଆସିଥିଲା । କିନ୍ତୁ ଦଉଡି ଖୋଲିବା ପରେ ପିଲାଟି ସେଠାରେ ଅଟକି ଯାଇଥିଲା । ରାତି 12 ଟାରୁ ପାର୍ଶ୍ୱରେ ଏକ ନୂତନ ଗାତ ଖୋଳିବା କାର୍ଯ୍ୟ ଆରମ୍ଭ କରି ଶିଶୁକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗର୍ତ୍ତ 30 ଫୁଟ ପର୍ଯ୍ୟନ୍ତ ଖୋଳା ଯାଇଛି(Digging Up to 30 Feet) । ବୋରୱେଲ ନିକଟରେ ପ୍ରାୟ 15 ଫୁଟ ଗଭୀରତା ପରେ ପଥର ମାଟି ହେତୁ ଖୋଳିବା କଷ୍ଟକର ହୋଇପଡୁଛି(Difficult to Dig Due to Stony Ground) । ତନ୍ମୟ 35 ରୁ 40 ଫୁଟ ମଧ୍ୟରେ ରହିଥିବାରୁ ପହଞ୍ଚିବା ପାଇଁ ୭ ଘଣ୍ଟା ଲାଗିପାରେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details