ବେଙ୍ଗାଲୁରୁ:ସ୍କୁଲକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ । ଆଜି ବେଙ୍ଗାଲୁରୁର ୪୪ରୁ ଊର୍ଦ୍ଧ୍ବ ସ୍କୁଲକୁ ଏକାସାଙ୍ଗରେ ବୋମା ବିସ୍ଫୋରଣର ଧମକ ମିଳିଛି । ଇ-ମେଲ ଜରିଆରେ ଏହି ଧମକପୂର୍ଣ୍ଣ ମେସେଜ ଆସିବା ପରେ ସ୍କୁଲଗୁଡିକୁ ଖାଲି କରାଯାଇଛି । ଘଟଣାସ୍ଥଳରେ ବମ୍ ସ୍କ୍ବାର୍ଡ ଟିମ ପହଞ୍ଚି ଯାଞ୍ଚ କରୁଛନ୍ତି । ପୋଲିସ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଯାଇଛି । ତେବେ ଏଭଳି ଧମକ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍କୁଲ ନିକଟରେ ଅଭିଭାବକମାନେ ପହଞ୍ଚିଛନ୍ତି । ସ୍କୁଲ ସାମ୍ନାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିବା ବେଳେ ବୋମା ନିଷ୍କ୍ରିୟକାରୀ ଟିମ ଓ ସନ୍ଧାନୀ କୁକୁର ସହ ଏକାଧିକ ସ୍କୁଲରେ ଚାଲିଛି ଛାନିଭିନ ।
ଏହାମଧ୍ୟ ପଢନ୍ତୁ... 'ଓ୍ବାନ ମିଲିୟନ ଡଲାର ଦିଅ ନଚେତ ବ୍ଲାଷ୍ଟ', ମୁମ୍ବାଇ ଏୟାରପୋର୍ଟକୁ ଧମକପୂର୍ଣ୍ଣ ଇମେଲ
ଆଜି ସକାଳ ସମୟରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁୁରୁର ୪୪ଟି ସ୍କୁଲ ମ୍ୟାନେଜମେଣ୍ଟ ଇମେଲକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା । ମେସେଜରେ ଉଲ୍ଳେଖଥିଲା ଯେ, ସ୍କୁଲ ପରିସରରେ ବୋମା ଖଞ୍ଜାଯାଇଛି । ଖୁବଶୀଘ୍ର ବ୍ଲାଷ୍ଟରେ ସ୍କୁଲ ଉଡାଇ ଦିଆଯିବ । ତେବେ ଏହି ବିଦ୍ୟାଳୟଗୁଡିକ ମଧ୍ୟରେ ନ୍ୟାସନାଲ, ବିଦ୍ୟାଶିଳ୍ପ, ଏନପିଏସ ଓ ଏବନାଇଜେର ସ୍କୁଲ ସାମିଲ ରହିଛି । ଆଜି ସକାଳ କ୍ଲାସ ଆରମ୍ଭ ହେବା ପରେ ଏକ ଅଜ୍ଞାତ ଆଇଡିରୁ ସ୍କୁଲର ଇ-ମେଲକୁ ଏହି ମେସେଜ ଆସିଥିଲା । ମେସେଜ ଦେଖିବା ପରେ ତୁରନ୍ତ ସ୍କୁଲଗୁଡିକୁ ବନ୍ଦ କରାଯିବା ସହ ପିଲାମାନଙ୍କୁ ନିଜ ଘରକୁ ପଠାଯାଇଥିଲା ।