ଓଡିଶା

odisha

Bengaluru Meeting: ନାମ ଘୋଷଣା କଲା ବିରୋଧୀ ମହାମେଣ୍ଟ, ଏଥର NDA vs INDIA

By

Published : Jul 18, 2023, 4:05 PM IST

2024 ରେ NDA ବିରୋଧରେ ଲଢିବ INDIA । ବେଙ୍ଗାଲୁରୁ ମହାମେଳିରେ ମେଣ୍ଟର ନାମ ଘୋଷଣା କଲେ ମିଳିତ ବିରୋଧୀ । ଭାରତୀୟ ଜାତୀୟ ଗଣତାନ୍ତ୍ରିକ ସମାବେଶି ମେଣ୍ଟ ବା INDIA ରହିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

Bengaluru meet: ନାମ ଘୋଷଣା କଲା ବିରୋଧୀଙ୍କ ମହାମେଣ୍ଟ, ଏଥର NDA vs INDIA
Bengaluru meet: ନାମ ଘୋଷଣା କଲା ବିରୋଧୀଙ୍କ ମହାମେଣ୍ଟ, ଏଥର NDA vs INDIA

ବେଙ୍ଗାଲୁରୁ: ଶେଷ ହୋଇଛି ବିରୋଧୀ ମହାମେଳି । ଦ୍ବିତୀୟ ତଥା ଅନ୍ତିମ ଦିବସରେ ମହାମେଣ୍ଟର ନାମ ସାମ୍ନାକୁ ଆସିଛି । ଏହି ମିଳିତ ବିରୋଧୀ ମହାମେଣ୍ଟର ନାମ ରହିବାକୁ ଯାଉଛି ‘ଭାରତୀୟ ଜାତୀୟ ଗଣତାନ୍ତ୍ରିକ ସମାବେଶି ମେଣ୍ଟ’ ଅର୍ଥାତ ଇଣ୍ଡିଆନ୍ ନ୍ୟାସନାଲ୍ ଡେମୋକ୍ରାଟିକ୍ ଇନକ୍ଲୁସିଭ୍ ଆଲାଇନ୍ସ ବା 'INDIA' । ଏନେଇ ସୂତ୍ରରୁ ସୂଚନା ମିିଳିଥିବା ବେଳେ ଆଉ କଛି ସମୟରେ ମେଣ୍ଟ ପକ୍ଷରୁ ଔପଚାରିକ ଘୋଷଣା କରାଯାଇପାରେ । ଦ୍ବିତୀୟ ତଥା ଅନ୍ତିମ ଦିବସର ବୈଠକ ଶେଷ ହୋଇଛି । ଆଉ କିଛି ସମୟ ମଧ୍ୟରେ ମିଳିତ ବିରୋଧୀ ଗଣମାଧ୍ୟମ ସମ୍ମୁଖକୁ ଆସି ବିଧିବଦ୍ଧ ଭାବେ ସେମାନଙ୍କ ଆଭିମୁଖ୍ୟ ଓ ମେଣ୍ଟ ରୂପରେଖ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିବା ନେଇ ସୂଚନା ମିଳିଛି ।

ବେଙ୍ଗାଲୁରୁରେ ଗତକାଲିଠାରୁ ଆରମ୍ଭ ହୋଇଥିବା ବିରୋଧୀଙ୍କର ଦ୍ବିତୀୟ ବୈଠକର ନତୃତ୍ବ କଂଗ୍ରେସ ନେଇଥିଲା । ପୂର୍ବ ତଥା ପ୍ରଥମ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଦଳମାନଙ୍କ ସହ ଅନ୍ୟ କିଛି ନୂତନ ଦଳଙ୍କ ସମେତ ମୋଟ 26ଟି ରାଜନୈତିକ ଦଳ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଆସନ୍ତାକାଲି ବିରୋଧୀ ନେତାମାନେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ପ୍ରାରମ୍ଭିକ ଆଲୋଚନା ଓ ନୈଶ୍ୟଭୋଜି ହୋଇଥିଲା । ନୈଶ୍ୟଭୋଜି ସହ ପ୍ରଥମ ଦିବସର କର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଆଜି ପୂର୍ବାହ୍ନରୁ ପୁଣି ମାନସ ମନ୍ଥନ ଆରମ୍ଭ ହୋଇଥିଲା । ଅପରାହ୍ନରେ ଆଲୋଚନା ଶେଷ ହୋଇଛି । ସେମାନେ ଗୋଟିଏ ବ୍ୟାନର ତଳେ 2024 ସାଧାରଣ ନିର୍ବାଚନ ଲଢିବା ନେଇ ସହମତ ହେବା ସହ ମେଣ୍ଟର ନାମ INDIA ସ୍ଥିର କରାଯାଇଛି । ଆଉ କିଛି ସମୟ ମଧ୍ୟରେ ମିଳିତ ବିରୋଧୀଙ୍କ ପ୍ରେସମିଟ ଆରମ୍ଭ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ:- Opposition Meeting in Bengaluru: ପହଞ୍ଚିବାରେ ଲାଗିଛନ୍ତି ବିରୋଧୀ, ଦେଖନ୍ତୁ ଭିଡିଓ

ଆଜି ଦ୍ୱିତୀୟ ଦିନରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ଏବଂ ଜନତା ଦଳ (ୟୁ) ସୁପ୍ରିମୋ ନୀତିଶ କୁମାର, ଡିଏମକେ ନେତା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ପ୍ରମୁଖ ସାମିଲ ହୋଇଥିଲେ ।

ସେହିପରି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସାମିଲ ହୋଇଥିଲେ । ଏହି ନେତାମାନେ ଗତକାଲି ବେଙ୍ଗାଲୁରୁରେ ପହଞ୍ଚି ସାରିଥିବା ବେଳେ ଆଜି ଶରଦ ପାଓ୍ବାର ବୈଠକରେ ସାମିଲ ହୋଇଥିଲେ । ଅନ୍ୟପଟେ ଦକ୍ଷିଣରେ ବିରୋଧୀ ଏକାଠି ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଶାସକ ଏନଡିଏ ମେଣ୍ଟର ବୈଠକ ଜାରି ରହିଛି । ଏଥିରେ ପ୍ରାୟ 38 ଦଳ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details