ବେଙ୍ଗାଲୁରୁ: ସୁସ୍ବାଦୁ ଭୋଜନ ତିଆରି କରିନପାରିବା ମହିଳାଙ୍କ ଉପରେ ମହଙ୍ଗା ପଡ଼ିଛି । ଏଭଳି ଅଭିଯୋଗ ଆଣି ପତ୍ନୀକୁ ହତ୍ୟା କରିବାକୁ ପଛାଇ ନାହାନ୍ତି ଯୁବକ । କର୍ଣ୍ଣାଟକର ସୋଲାଦେବାନହଲ୍ଲି ପୋଲିସ ଷ୍ଟେସନରେ ଏଭଳି ନିନ୍ଦନୀୟ ଘଟଣା ସାମନାକୁ ଆସିଛି ।
ମୃତ ମହିଳାଙ୍କ ନାମ ଶିରିନ ବାନୁ(୨୫) ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ମୁବାରକ(୩୨) ବୋଲି ଜଣାପଡିଛି । ଏହି ଦମ୍ପତି ଦେବାନଗିରିର ମୂଳ ବାସିନ୍ଦା ହୋଇଥିବା ବେଳେ ତାରାବନାହଲ୍ଲି ସହରରେ ରହୁଥିଲେ । ତେବେ ଏମାନେ ୨ ବର୍ଷ ପୂର୍ବେ ବିବାହ କରିଥିଲେ । ମୁବାରକ ବୃତ୍ତିରେ ଜଣେ ବ୍ୟବସାୟୀ ବୋଲି ଜଣାପଡି଼ଛି ।
ଘଟଣା ଥିଲା ଏମିତି:-
ଶିରିନ ଭଲ ରୋଷେଇ କରିପାରୁନଥିବା ଯୋଗୁଁ ମୁବାରକ ଅଭିଯୋଗ କରି ତାଙ୍କୁ ସର୍ବଦା ଗାଳିଗୁଲଜ କରନ୍ତି । ଶିରିନ ଏହି ଅତ୍ୟାଚାରକୁ ସହିନପାରି ପୂର୍ବରୁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇଥିଲେ । ଉଭୟ ପକ୍ଷର ପରିବାର କଥାବାର୍ତ୍ତା ହୋଇ ଆପୋଷ ସମାଧାନ କରିଥିଲେ । କିନ୍ତୁ କିଛି ଦିନ ପରେ ପୁଣି ମୁବାରକ ଶିରିନଙ୍କୁ ରୋଷେଇକୁ ନେଇ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ ଓ ଶେଷରେ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।