ବେଙ୍ଗାଲୁରୁ:ବିମାନରେ 2 ମହିଳା କ୍ରିୟୁ ସଦସ୍ୟଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଯାତ୍ରୀ ଗିରଫ । ଇଣ୍ଡିଗୋ ବିମାନଟି ମାଲଦ୍ବୀପରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିଥିଲା । ବିମାନର 2 ମହିଳା କ୍ରୁ' ସଦସ୍ୟଙ୍କୁ ଜଣେ ବିଦେଶୀ ନାଗର ଦୁର୍ବ୍ୟବହାର କରିଥିଲେ । ବେଙ୍ଗାଲୁରୁରେ ବିମାନ ଅବତରଣ ପରେ ଅଭିଯୁକ୍ତକୁ ଗିରଫ କରିଛି ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ପୋଲିସ । ଅଭିଯୁକ୍ତ ଜଣକ ବିଦେଶୀ ନାଗରିକ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଗତ ଅଗଷ୍ଟ 18 ତାରିଖ ଦିନ ଇଣ୍ଡିଗୋ ବିମାନଟି ମାଲଦ୍ବୀପରୁ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ ଭରିଥିଲା ।ବିମାନଟି ମଝି ଆକାଶେରେ ଥିବା ସମୟରେ ମାଲଦ୍ବୀପର 51 ବର୍ଷୀୟ ଆକ୍ରମ ଅହମ୍ମଦ ନାମକ ଜଣେ ଯାତ୍ରୀ 2 ଜଣ ମହିଳା କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିଲେ । ଆକ୍ରମ ଅହମ୍ମଦ ଜଣେ ମହିଳା କ୍ରୁ' ସଦସ୍ୟଙ୍କୁ ବିଦେଶି ମଦ ଏବଂ କାଜୁ ଆଣିବା ପାଇଁ ଅର୍ଡର ଦେଇଥିଲେ ।ଏୟାର୍ ହୋଷ୍ଟେସ ଜଣକ ଆକ୍ରମଙ୍କୁ ବିଦେଶି ମଦ ଏବଂ କାଜୁ ଯୋଗାଇ ଦେଇଥିଲେ । ଏହି ସମୟରେ ବ୍ୟକ୍ତି ଜଣକ ଏୟାର୍ ହୋଷ୍ଟେସଙ୍କୁ ଦୁର୍ବ୍ୟବହାର କରିଥିଲେ । ଏୟାର୍ ହୋଷ୍ଟେସ୍ଙ୍କୁ ଆପତ୍ତିଜନକ ଇଙ୍ଗିତ କରିବା ସହ ଟଙ୍କା ଯାଚିଥିଲେ । ଏହା ପରେ ଅନ୍ୟ ଜଣେ ଏୟାର୍ ହୋଷ୍ଟେସଙ୍କୁ ମଧ୍ୟ ଖରାପ ବ୍ଯବହାର କରିଥିଲେ ।