କୋଲକାତା: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ରାଜ୍ୟରେ ଟିଏମସି ଗଡ ଧ୍ବଂସ ଲକ୍ଷରେ ଶକ୍ତି ବୃଦ୍ଧି କରିବାରେ ଲାଗିଛି ବିଜେପି । କେବଳ ନେତା ନୁହେଁ ଅନେକ ଅଭିନେତା ମଧ୍ୟ ବିଜେପିରେ ସାମିଲ ହେଉଛନ୍ତି । ଏହି କ୍ରମରେ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି, ବଙ୍ଗଳା ଅଭିନେତା ୟଶ ଦାଶଗୁପ୍ତା ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢିବା ପାଇଁ ଅଭିନେତା ୟଶ ଦାଶଗୁପ୍ତା ବିଜେପିରେ ସାମିଲ ହେବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ୟଶ ବିଜେପି ନେତା କୈଳାଶ ବିଜୟବର୍ଗୀୟ ଓ ମୁକୁଲ ରାୟଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।