କୋଲକାତା:ପ୍ରଥମ ଥର ଚଢାଉରେ ଜବତ ହୋଇଥିଲା 20 କୋଟି ଟଙ୍କା । ହେଲେ ଥରକରେ ଛିଡିଲା ନାହିଁ ଦୁର୍ନୀତିର ଚେର । ଆଜି ପୁଣି ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଓ ତାଙ୍କର କିଛି ନିକଟ ସମ୍ପର୍କୀୟଙ୍କ ଘରେ ଚଢାଉ କରିଛି ତଦନ୍ତକାରୀ ସଂସ୍ଥା । ଏତେ କଳା ଟଙ୍କା ଗଚ୍ଛିତ ହୋଇଛି ଯେ, ହାତରେ ଗଣି ପାରୁନାହାନ୍ତି ଅଧିକାରୀ । ଆବଶ୍ୟକ ପଡୁଛି ବୈଦୁତିକ ଗଣତି ମେସିନ । ଆଜି ପୁଣି ଅର୍ପିତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି । ଜବତ ଟଙ୍କାକୁ କାର୍ଯ୍ୟାଳୟକୁ ନେଇଛନ୍ତି ଚଢାଉରେ ସାମିଲ ଅଧିକାରୀ । ଆଜି ଜବତ ରାଶିର ପରିମାଣ ସମ୍ପର୍କରେ କିଛି ସ୍ପଷ୍ଟ କରିନି ସଂସ୍ଥା ।
Bengal Teacher Recruitment Scam: ପୁଣି ଅର୍ପିତାଙ୍କ ଘରେ ED, ଜବତ ହେଲା ବିପୁଳ ଟଙ୍କା
ଖୋଲୁଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ପେଡି । ଆଜି ପୁଣି ଅର୍ପିତା ମୁଖାର୍ଜୀଙ୍କ ଘରେ EDର ଚଢାଉ । ଜବତ ହେଲା ବିପୁଳ ଟଙ୍କା । ଅଧିକ ପଢନ୍ତୁ
Bengal teacher recruitment scam: ପୁଣି ଅର୍ପିତାଙ୍କ ଘରେ ED, ଜବତ ହେଲା ବିପୁଳ ଟଙ୍କା
ପ୍ରଥମେ ପ୍ରାର୍ଥ ଚାଟାର୍ଜୀ ଗିରଫ ହେବା ପରେ ଅର୍ପିତାଙ୍କ ଘରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 20 କୋଟି ଟଙ୍କା ନଗଦ ଜବତ ହେବା ପରେ ଏକାଧିକ ଘଣ୍ଟା ଜେରା ହୋଇଥିଲେ ଅର୍ପିତା ମୁଖାର୍ଜୀ । ପରେ ତାଙ୍କୁ ଗିରଫ କରାଯାଇଥିଲା । ତଦନ୍ତ ଆଧାରରେ ପୁଣି ଆଜି ମଧ୍ୟ ଚଢାଉ କରି ବିପୁଳ ଟଙ୍କା ଜବତ କରିଛନ୍ତି ଇଡି ଅଧିକାରୀ । ମମତାଙ୍କ କ୍ୟାବିନେଟ ମନ୍ତ୍ରୀ ପ୍ରାର୍ଥ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଏବେ ଜେଲରେ ଥିବା ବେଳେ ଶାସକ ଦଳର ଅନ୍ୟ କିଛି ବିଧାୟକଙ୍କୁ ମଧ୍ୟ ସମନ ଜାରି କରିଛି ଇଡି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ