ଓଡିଶା

odisha

ETV Bharat / bharat

Bengal Panchayat Poll: 'ଶପଥ ନେଉଛି, 2024ରେ ମୋଦିଙ୍କୁ ଦିଲ୍ଲୀ ଗାଦିରୁ ହଟେଇବି' - ପ୍ରଧାନମନ୍ତ୍ରୀ ମୋଦି

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେଇ ମୁଖ୍ୟମନ୍ତ୍ରୀ ମମତାଙ୍କ ବଡ଼ ବୟାନ। 2024ରେ ମୋଦିଙ୍କୁ ଗାଦିଚ୍ୟୁତ କରିବା ନେଇ ପ୍ରକାଶ କଲେ ଦୃଢୋକ୍ତି। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 16, 2023, 5:47 PM IST

କୋଲକାତା:ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଲାଗି ଶେଷ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ତେବେ ଶାନ୍ତିର ସହିତ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ସମୟରେ ସେ ବିଜେପି ଉପରେ ବର୍ଷିଥିବା ଦେଖିବାକୁ ମିଳିଛି । ସେ ଓ ଅନ୍ୟ ବିଜେପି ବିରୋଧୀ ଦଳ 2024ରେ ପ୍ରଧାନମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବେ ବୋଲି ଘୋଷଣା କରିଥିବା କହିଛନ୍ତି। ବିଜେପିର ପ୍ରତ୍ୟେକଟି କର୍ମକର୍ତ୍ତା ଗୁଣ୍ଡା ବୋଲି କହିଛନ୍ତି ମମତା।

ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, "କାଲି (ଗୁରୁବାର) ସୁଦ୍ଧା ପଞ୍ଚାୟତ ନିର୍ବାଚନ ଲାଗି 2 ଲକ୍ଷ 31 ହଜାର ନାମାଙ୍କନ ପତ୍ର ଦାଖଲ ହୋଇଛି। ତନ୍ମଧ୍ୟରୁ 82 ହଜାର ନାମାଙ୍କନ ପତ୍ର ଟିଏମସି ପକ୍ଷରୁ ଦାଖଲ ହୋଇଥିବା ବେଳେ ବିରୋଧୀ ଦଳ 1-1.5 ଲକ୍ଷ ନାମାଙ୍କନ ପତ୍ର ଭରିଛନ୍ତି ।" ଏହି ସମୟରେ ସେ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପିର ଅଧିକାଂଶ କର୍ମକର୍ତ୍ତା 'ଚୋର, ଡକାୟତ ଓ ଗୁଣ୍ଡା' ଶ୍ରେଣୀର ବୋଲି କହିଛନ୍ତି ଟିଏମସି ସୁପ୍ରିମୋ ମମତା ।

ଏହା ବି ପଢନ୍ତୁ- ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ଗୁଳିମାଡରେ 3 ମୃତ

ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଦିଚ୍ୟୁତ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏ ନେଇ ସେ କହିଛନ୍ତି, " ମୁଁ ସବୁବେଳେ କହିଆସିଛି ମୁଁ ପରିବର୍ତ୍ତନ ଚାହେଁ, ହେଲେ ପ୍ରତିଶୋଧ ନୁହେଁ। ସେମାନେ କହୁଛନ୍ତି ଆମକୁ ରୋକିବେ। ସେମାନେ ଆମକୁ ରୋକିବା ଲାଗି ଯଦି ଢେଙ୍ଗାର ବ୍ୟବହାର କରିବେ, ତେବେ ଆମେ ଝଣ୍ଡାର ବ୍ୟବହାର କରିବୁ। ମୁଁ ଯେତେ ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହିବି ଭେଦଭାବ କରିବି ନାହିଁ। ଏହି ପଞ୍ଚାୟତ ନିର୍ବାଚନ ସମୟରେ ମୁଁ ଘୋଷଣା କରୁଛି ଯେ ଆସନ୍ତା 2024 ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଦିଚ୍ୟୁତ କରିବୁ।"

କଂଗ୍ରେସ ଉପରେ ବି ବର୍ଷିଲେ:- ଦିଦି ପଞ୍ଚାୟତ ନିର୍ବାଚନ ସମୟରେ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି। ଏ ନେଇ ସେ କହିଛନ୍ତି, " କଂଗ୍ରେସ ବହୁ ରାଜ୍ୟରେ ଶାସନ ଭାର ସମ୍ଭାଳିଛି। ସେମାନେ ସଂସଦରେ ଟିଏମସିର ସହଯୋଗ ଲୋଡୁଛନ୍ତି। ହେଲେ ଏଠାରେ ଦଳ ଆମ ଉପରେ ଆକ୍ରମଣ କରୁଛି। ବିଜେପି ବିରୋଧରେ କଂଗ୍ରେସକୁ ସମର୍ଥନ କରିବା ଲାଗି ଆମେ ପ୍ରସ୍ତୁତ। ହେଲେ CPI(M) ସହିତ ହାତ ମିଳାଇବା ପରେ ଆମକୁ ସହଯୋଗ ମାଗିବାକୁ ଆସନ୍ତୁ ନାହିଁ। " ସହଯୋଗ ନ ମାଗିବା ଲାଗି ଏପରି ଢଙ୍ଗରେ କଂଗ୍ରେସକୁ ସଫା ସଫା ମନା କରିଦେଇଛନ୍ତି ମମତା। ଏଠାରେ ସୂଚନା ଥାଉ କି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସିପିଆଇ(ଏମ) ସହିତ ମେଣ୍ଟ ଗଠନ କରିଛି। ଏହି ମେଣ୍ଟ ଗଠନ ପରେ ଜାତୀୟ ସ୍ତରରେ କଂଗ୍ରେସ ଟିଏମସି ଠାରୁ ସମର୍ଥନର ଆଶା ନ କରୁ ବୋଲି କହିଛନ୍ତି ମମତା।

ABOUT THE AUTHOR

...view details