ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗଲରେ ଚାଞ୍ଚଲ୍ୟ, ସ୍ତ୍ରୀକୁ ହତ୍ୟା ପରେ ନଦୀରେ ଫୋପାଡି ଦେଲା ସ୍ବାମୀ

ପଶ୍ଚିମବଙ୍ଗରେ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟାପରେ ୨ଖଣ୍ଡ କରିଦେଲା ସ୍ବାମୀ । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

By

Published : Jan 6, 2023, 7:03 PM IST

Bengal man chops wifes body
Bengal man chops wifes body

କୋଲକାତା: ପଶ୍ଚିମବଙ୍ଗରେ ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣାର ପୁନରାବୃତ୍ତି । ସାତ ଜନ୍ମର ସାଥି ହେବାକୁ କଥା ଦେଇ ସଇତାନ ପାଲଟିଗଲା ସ୍ବାମୀ । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେଲା ପିଶାଚ ସ୍ବାମୀ । ହତ୍ୟା ପରେ ମୃତଦେହକୁ ୨ଖଣ୍ଡ କରି ନଦୀରେ ଫୋପାଡି ଦେଲା ସ୍ବାମୀ । ପଶ୍ଚିମବଙ୍ଗର ଶିଲିଗୁରିରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମହାନନନ୍ଦା ନଦୀରେ ସ୍ତ୍ରୀର ମୃତଦେହ ଫୋପାଡିବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ମୃତ ମହିଳା ଜଣଙ୍କ ହେଉଛନ୍ତି ରେଣୁକା ଖାତୁନ। ସେ ଦାର୍ଜିଲିଂ ଜିଲ୍ଲାର ଶିଲିଗୁରି ଅଞ୍ଚଳରେ ରହୁଥିଲେ । ଗତ କିଛି ଦିନ ହେବ ସେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ ଗତ ଡିସେମ୍ବର ମାସରେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ରେଣୁକାଙ୍କ ସ୍ବାମୀଙ୍କୁ ପଚରାଉଚରା କରିଥିଲା ପୋଲିସ । ଶେଷରେ ପୋଲିସ ସାମ୍ନାରେ ସତ ମାନିଥିଲା ଅଭିଯୁକ୍ତ ମୋହଦ ଅନ୍‌ସ୍‌ରୁଲ । ସ୍ତ୍ରୀକୁ ହତ୍ୟା ପରେ ଦୁଇ ଖଣ୍ଡ କରି ନଦୀରେ ଫୋପାଡି ଦେଇଥିବା ପୋଲିସକୁ କହିଥିଲା । ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ରେଣୁକାଙ୍କ ମୃତଦେହ ଖଣ୍ଡକୁ ଖୋଜୁଛି ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, 'ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ରେଣୁକାଙ୍କ ଅନ୍ୟ କେଉଁ ପୁରୁଷଙ୍କ ସହ ଅବୈଧ ସମ୍ପର୍କ ଥିବା ତାଙ୍କ ସ୍ବାମୀ ସନ୍ଦେହ କରିଥିଲେ । ଯାହାକୁ ନେଇ ଗତ ଡିସେମ୍ବର ୨୪ ତାରିଖରେ ସ୍ତ୍ରୀର ଗଳାକାଟି ହତ୍ୟା କରିଥିଲା ଅଭିଯୁକ୍ତ । ଏହାପରେ ପତ୍ନୀଙ୍କୁ ଦୁଇ ଖଣ୍ଡ କରିଦେଇଥିଲା ଅଭିଯୁକ୍ତ ।'

ତେବେ ଗତ ନଭେମ୍ବର ମାସରେ ଦିଲ୍ଲୀରେ ଶ୍ରଦ୍ଧାଙ୍କୁ ତାଙ୍କର ଲିଭ୍ ଇନ୍ ପାର୍ଟନର ହତ୍ୟା ପରେ ୩୫ ଖଣ୍ଡ କରିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଏହି ଘଟଣା ପରେ ଏବେ ସମାନ ଢଙ୍ଗରେ ଅନେକ ହତ୍ୟା ଘଟଣା ସାମ୍ନାକୁ ଆସୁଛି । ନିକଟରେ ଝାଡଖଣ୍ଡରୁ ଏପରି ସମାନ ଖବର ସାମ୍ନାକୁ ଆସିଥିଲା । ସାହିବଗଞ୍ଜ ଜିଲ୍ଲାରେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ । ହତ୍ୟାପରେ ସ୍ତ୍ରୀକୁ ୫୦ ଖଣ୍ଡ କରିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଶେଷରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିଲା । ଉତ୍ତରପ୍ରଦେଶ, ରାଜସ୍ଥାନ ଓ କର୍ଣ୍ଣାଟକ ରେ ମଧ୍ୟ ଏମିତି ସମାନ ଘଟଣା ସାମ୍ନାକୁ ଆସିଛି ।

ABOUT THE AUTHOR

...view details