ବେଙ୍ଗାଲୁରୁ:ଅନ୍ୟ ଜଣଙ୍କ ବଗିଚାରୁ ଫୁଲ ତୋଲିଲା ଅଙ୍ଗନବାଡ଼ି ଛାତ୍ର। ଦଣ୍ଡ ଭୋଗିଲେ ଅଙ୍ଗନବାଡ଼ି ସହାୟିକା। ଅଙ୍ଗନବାଡ଼ି ସ୍କୁଲର ଜଣେ ଛାତ୍ର ବଗିଚାରୁ ଫୁଲ ତୋଳି ଦେବାରୁ ରାଗରେ ଜର୍ଜରିତ ହୋଇ ଅଙ୍ଗନବାଡ଼ି ସହାୟିକାଙ୍କ ନାକ କାଟିଦେଲେ ବଗିଚା ମାଲିକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ବେଲାଗାଭି ଅନ୍ତର୍ଗତ ବସୁରଥି ଗାଁରେ ।
ପୀଡିତା ଜଣକ ହେଉଛନ୍ତି 50 ବର୍ଷୀୟ ଅଙ୍ଗନବାଡ଼ି ସହାୟିକା ସୁଗନ୍ଧା । ତେବେ ଘର ମାଲିକ ବା ବଗିଚା ମାଲିକ କଲ୍ୟାଣୀର ଆକ୍ରମଣରେ ଅଙ୍ଗନବାଡ଼ି ସହାୟିକା ସୁଗନ୍ଧା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ବେଲଗାଭି ସହରର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ରକ୍ତସ୍ରାବ ଯୋଗୁଁ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ସ୍ଥିର ନଥିବା କୁହାଯାଇଛି।
ଏହା ମଧ୍ୟ ପଢନ୍ତୁ: ଯବାନଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଘର ମାଲିକର ନାକ କାମୁଡି ଛିଣ୍ଡାଇଲେ ମହିଳା
ପୋଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଗତ ଜାନୁଆରୀ 1 ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରର ଜଣେ ଛାତ୍ର ପଡୋଶୀଙ୍କର ଗଛରୁ କିଛି ଫୁଲ ତୋଳି ଦେଇଥିଲା। ଖେଳୁଖେଳୁ ଜସ୍ମିନ ଫୁଲ ତୋଳି ଦେଇଥିଲା ଛାତ୍ର। ଏହାକୁ ନେଇ ଘର ମାଲିକାଣୀ ଏବଂ ଅଙ୍ଗନବାଡ଼ି ସହାୟିକାଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ଆହୁରି ଭୟାନକ ହୋଇଥିଲା। ରାଗ ସମ୍ଭାଳି ନପାରି ପ୍ରତିଶୋଧ ପରାୟଣ ହୋଇ ଘର ମାଲିକାଣୀ ଜଣକ ଅଙ୍ଗନବାଡ଼ି କର୍ମୀଙ୍କ ଉପରକୁ ଆକ୍ରମଣ କରିବା ସହିତ ତାଙ୍କ ନାକ କାଟି ଦେଇଥିଲେ। ଏହି ଘଟଣା ଗତ 1 ତାରିଖ ଅର୍ଥାତ ନୂଆ ବର୍ଷରେ ହୋଇଥିଲା।