ଓଡିଶା

odisha

ETV Bharat / bharat

ବିହାରରେ ପୁଣି ସିରିଏଲ ଗୁଳିକାଣ୍ଡ, ବଜାରରେ ଆଖିବୁଜା ଗୁଳିମାଡ

ବିହାରରେ ବେଗୁସରାଇ ସିରିଏଲ ଗୁଳିକାଣ୍ଡ ପରି ମାମଲାର ପୁନରାବୃତ୍ତି । ପୁଣି ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ । ଅଧିକ ପଢନ୍ତୁ

ବିହାରରେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ, ସିସିଟିଭିରେ କଏଦ ଦେଲା ସମ୍ପୃର୍ଣ୍ଣ ଘଟଣା
ବିହାରରେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ, ସିସିଟିଭିରେ କଏଦ ଦେଲା ସମ୍ପୃର୍ଣ୍ଣ ଘଟଣା

By

Published : Nov 26, 2022, 11:05 PM IST

ପାଟନା: ବିହାରରେ ବେଗୁସରାଇ ସିରିଏଲ ଗୁଳିକାଣ୍ଡ ଭଳି ଘଟଣା ପୁଣି ଥରେ ଘଟିଛି । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ସାହାରା ଜିଲ୍ଲାର ସିମରି ବଖତିଆରପୁର ବଜାରରେ ଦୁଇଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ଆଖିବୁଜା ଗୁଳି ଚଳାଇଛନ୍ତି । ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା ।

ପ୍ରାୟ 12 ରଉଣ୍ଡ ଗୁଳି ଚଳାଇ ଉଭୟ ଅଭୁିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କାରଯାଇ ପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details