ମୁମ୍ବାଇ:ଭିକ୍ଷାବୃତ୍ତି କଲେ ଏଣିକି ଉଠାଇ ନେବ ପୋଲିସ । ଭିକ୍ଷା ବୃତ୍ତିକୁ ସମାଜ ପାଇଁ ଏକ ଅପରାଧ ଦର୍ଶାଇ ଏଭଳି ଭିକାରୀ ଶୂନ୍ୟ କରିବାକୁ ଅଣ୍ଟା ଭିଡିଛି ମୁମ୍ବାଇ ପୋଲିସ । ସ୍ବପ୍ନ ନଗରୀକୁ ଭିକାରୀ ମୁକ୍ତ କରିବାକୁ ଏକ ଅଭିଯାନ ଆରମ୍ଭ ହୋଇଛି ।
ଯୁଗ୍ମ ପୋଲିସ କମିଶନର ବିଶ୍ବ ନାଗ୍ର ପାଟିଲଙ୍କ ଦ୍ବାରା ସମସ୍ତ ଜୋନାଲ ଡିସିପିଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ଏହି ମାସରେ ‘ଜିରୋ ବେଗର୍ସ’ ଡ୍ରାଇଭ କରାଯିବ । ଏହି ନିର୍ଦ୍ଦେଶ ବମ୍ବେ ନିବାରଣ ଆଇନ 1959 ଅନୁସାରେ ଜାରି ହୋଇଛି ।
ଭିକ୍ଷା ବୃତ୍ତି ସମାଜ ପାଇଁ ଏକ ଅପରାଧ । ତେଣୁ ରାସ୍ତାଘାଟେ ଯିଏ ବି ଭିକ୍ଷା ମାଗିବ ତାଙ୍କୁ ଉଠାଇ ଆଣିବାକୁ ସମସ୍ତ ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କୋର୍ଟରୁ ମଧ୍ୟ ଅନୁମତି ଅଣାଯାଇଛି । ଏହାପରେ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯାଇ ଚେମ୍ବୁରରେ ଏକ ଆଶ୍ରୟସ୍ଥଳରେ ରଖାଯିବ ।