କୋଲକାତା:ପଶ୍ଚିମବଙ୍ଗରେ ଅକ୍ଟୋବର ୧୧ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କୁ ଦଶହରା ଛୁଟି ପ୍ରଦାନ କରାଯାଇଛି । ଏହାସତ୍ତ୍ବେ ସରକାରୀ କର୍ମଚାରୀ ଭର୍ଚୁଆଲ୍ରେ କାମ ଆରମ୍ଭ କରିବେ (Officials to work from home in West Bengal)। ଆସନ୍ତା ଶନିବାରଠାରୁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଚିଠି କରାଯାଇଛି ।
ଲମ୍ବା ଛୁଟି ଯୋଗୁଁ କୌଣସି ସରକାରୀ କାର୍ଯ୍ୟ ଯେଭଳି ପ୍ରଭାବିତ ନହେବ ଏଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ହରି କ୍ରୀଷ୍ଣା ଦ୍ବବେଦୀ ଲଗାତାର କାମ କରୁଛନ୍ତି । ଏହି ସମୟରେ ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ସରାକାରଙ୍କ e-ଅଫିସ ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ମେଣ୍ଟାନାନ୍ସ କାର୍ଯ୍ୟ ଶେଷ ହେବାପରେ ସରକାରୀ କର୍ମଚାରୀ ଭର୍ଚୁଆଲୀ କାମ ଆରମ୍ଭ କରିବେ । ଏଥିପାଇଁ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡ଼ିବ ନାହିଁ ।