ଓଡିଶା

odisha

ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ କେନ୍ଦ୍ରକୁ ଓୱେସୀଙ୍କ ଟାର୍ଗେଟ, ମୁସଲିମ ସମୁଦାୟଙ୍କୁ କହିଲେ ସତର୍କ ରୁହ

Owaisi Heat On Centre: ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ କେନ୍ଦ୍ରକୁ ଟାର୍ଗେଟ କରିଲେ AIMIM ମୁଖ୍ୟ ଆସାଦୁଦ୍ଦିନ ଓଓ୍ବେସୀ । କେନ୍ଦ୍ରର ଗତିବିଧି ଉପରେ ସାବଧାନ ରହିବା ଉଚିତ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Owaisi Heat On Centre
Owaisi Heat On Centre

By ETV Bharat Odisha Team

Published : Jan 2, 2024, 11:22 AM IST

ହାଇଦ୍ରାବାଦ:ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଜନ୍ମଭୂମି ପବିତ୍ର ଅଯୋଧ୍ୟା ନଗରୀରେ ରାମ ମନ୍ଦିରର ପ୍ରତିଷ୍ଠା ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ସରକାର ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହାରି ଭିତରେ AIMIM ମୁଖ୍ୟ ଆସାଦୁଦ୍ଦିନ ଓଓ୍ବେସୀ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ସରକାର କରୁଥିବା କାର୍ଯ୍ୟକଳାପରୁ ସତର୍କ ରହିବା ପାଇଁ ମୁସଲିମ ସଂପ୍ରଦାୟର ଯୁବକମାନଙ୍କୁ ନିବେଦନ କରିଛନ୍ତି ଓଓ୍ବେସୀ । ସମଗ୍ର ଦେଶ ମସଜିଦରେ ପୂର୍ଣ୍ଣ ହେବା ଉଚିତ ବୋଲି ସେ କହିଛନ୍ତି । ଗୋଟିଏ ପଟେ ରାମ ମନ୍ଦିର ପ୍ରତିଷ୍ଠା ନେଇ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଅନ୍ୟପଟେ ଆସାଦୁଦ୍ଦିନ ଓଓ୍ବେସୀଙ୍କ ଏହି ବୟାନର ଜବାବ ଦେଇଛି ବିଜେପି ।

ନ୍ୟୁଜ ଏଜେନ୍ସି ଏଏନଆଇର ତଥ୍ୟ ଅନୁସାରେ ବାବ୍ରି ମସଜିଦ ନେଇ ଆସାଦୁଦ୍ଦିନ ଓଓ୍ବେସୀ କହିଛନ୍ତି, "ଯେଉଁ ସ୍ଥାନରେ ଗତ 500 ବର୍ଷ ଧରି କୁରାନ ପାଠ କରାଯାଉଥିଲା, ସେହି ସ୍ଥାନ ବର୍ତ୍ତମାନ ଆମ ହାତରେ ନାହିଁ ।'' ନୂଆ ବର୍ଷରେ ଭବାନୀ ନଗରର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଯୁବକମାନେ ଧ୍ୟାନ ଦିଅନ୍ତୁ ଆମେ ଆମର ମସଜିଦ ହରାଇଛୁ ଏବଂ ଆପଣ ଦେଖୁଛନ୍ତି ବର୍ତ୍ତମାନ କ'ଣ ହେଉଛି । କ'ଣ ତୁମର ହୃଦୟକୁ ଯନ୍ତ୍ରଣା ହେଉନାହିଁ ?

ମସଜିଦ ବିରୋଧରେ ଷଡଯନ୍ତ୍ର ଚାଲିଛି:ଦିଲ୍ଲୀର ସୁବର୍ଣ୍ଣ ମସଜିଦ ସମେତ ଆହୁରି 3ରୁ 4ଟି ମସଜିଦ ବିରୋଧରେ ଷଡଯନ୍ତ୍ର ଚାଲିଛି । ବହୁବର୍ଷର ପରିଶ୍ରମ ପରେ ଆଜି ଆମେ ଆମର ସ୍ଥିତି ହାସଲ କରିଛୁ । ତେଣୁ ଯୁବ ମୁସଲମାନମାନଙ୍କୁ ଏଥିପ୍ରତି ସତର୍କ ହେବା ସହିତ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି ଓଓ୍ବେସୀ ।

ଏହା ମଧ୍ୟ ପଢନ୍ତୁ: ଅକବରୁଦ୍ଦିନ ଓୱେସୀ ହେଲେ କାମଚଳା ବାଚସ୍ପତି, ଶପଥ ନେବେନି କହିଲେ ରାଜା ସିଂ

ଓଓ୍ବେସୀ ଆହୁରି ମଧ୍ୟ କହିଛନ୍ତି, "ଆମକୁ ସମର୍ଥନ ଏବଂ ଶକ୍ତି ବଜାୟୀ ରଖିବାକୁ ହେବ । ମସଜିଦଗୁଡିକୁ ଜନବହୁଳ ରଖନ୍ତୁ । ମସଜିଦଗୁଡିକ ଆମ ଠାରୁ ଦୂରେଇ ଯିବାର ସମ୍ଭାବନା ବହୁତ ଅଧିକ ରହିଛି । ମୁଁ ଆଶା କରୁଛି ଆଜିର ଯୁବକମାନେ ଆସନ୍ତାକାଲିର ବୃଦ୍ଧ ହେବେ । ସେମାନେ ନିଜକୁ ଆଗକୁ ବଢାଇବା ସହିତ ପରିବାର, ସହର ଏବଂ ପଡ଼ୋଶୀକୁ କିପରି ସାହାଯ୍ୟ କରିପାରିବେ ସେ ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବେ । ଏକତା ଏକ ଶକ୍ତି ଏବଂ ଏକତା ଏକ ଆଶୀର୍ବାଦ ଅଟେ । ତେଣୁ ଆମେ ସମସ୍ତଙ୍କ ମଧ୍ୟରେ ଏକତା ରହିବା ଆବଶ୍ୟକ ।"

ପାଲଟା ଜବାବ ଦେଲା ବିଜେପି: ହାଇଦ୍ରାବାଦ ସାଂସଦଙ୍କ ବିବୃତ୍ତିର ପାଲଟା ଜବାବ ଦେଇଛି ବିଜେପି । ଏନେଇ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, "ଓଓ୍ବେସୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ଧାର୍ମିକ ରଙ୍ଗ ଦେବା ପାଇଁ ପ୍ରଚେଷ୍ଟା ଚଲାଇଛନ୍ତି । 2020 ମସିହାରେ ହାଇଦ୍ରାବାଦରେ ସଚିବାଳୟର ନିର୍ମାଣ ପାଇଁ ମସଜିଦ-ଇ-ମହମ୍ମଦୀ ଏବଂ ମସଜିଦ-ଏ-ହାଶମୀ ନାମକ ଦୁଇଟି ମସଜିଦକୁ ଭଙ୍ଗା ଯାଇଥିଲା । କିନ୍ତୁ ସହରର ସାଂସଦ ସେତେବେଳେ ମୁହଁ ଖୋଲି ନଥିଲେ । ଓଓ୍ବେସୀ ସେତେବେଳେ କାହିଁକି ପ୍ରଶ୍ନ ଉଠାଇ ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ମାଲବୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details