ଓଡିଶା

odisha

ETV Bharat / bharat

ଚିତ୍ରକୋଟ ଜଳପ୍ରପାତ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କୁ କରୁଛି ବିମୋହିତ - ଭାରତର ମିନି ନିଆଗ୍ରା ଜଳ ପ୍ରପାତ

ବସ୍ତର ଜିଲ୍ଲାରେ ରହିଛି ଚିତ୍ରକୋଟ ଜଳ ପ୍ରପାତ (Chitrakote Waterfalls) । ଏହାକୁ ଭାରତର ମିନି ନାଏଗ୍ରା ଜଳ ପ୍ରପାତ ମଧ୍ୟ କୁହାଯାଏ (Mini Niagara of India) । ଅଧିକ ପଢନ୍ତୁ

ଚିତ୍ରକୋଟ ଜଳ ପ୍ରପାତ ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ
ଚିତ୍ରକୋଟ ଜଳ ପ୍ରପାତ ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ

By

Published : Jul 11, 2022, 10:02 AM IST

ରାୟପୁର:ଛତିଶଗଡ ବସ୍ତର ଜିଲ୍ଲାରେ ରହିଛି ଚିତ୍ରକୋଟ ଜଳ ପ୍ରପାତ (Chitrakote Waterfalls) । ଏହାକୁ ଭାରତର ମିନି ନିଏଗ୍ରା ଜଳ ପ୍ରପାତ ମଧ୍ୟ କୁହାଯାଏ (Mini Niagara of India) । ତେବେ ଏହି ଜଳ ପ୍ରପାତର ସୌନ୍ଦର୍ଯ୍ୟ ବର୍ଷା ଦିନରେ ଖୁବ ଅଧିକ ଥାଏ । କଳକଳ ନାଦରେ ପାହାଡ ଉପରୁ ଖସିଆସିଥାଏ ପାଣି । ଧଳା ରଙ୍ଗର ଜଳରାଶି ପର୍ଯ୍ୟଟକଙ୍କୁ ଯେମିତି ହାତ ଠାରି ଡାକୁଥାଏ ଏଠାକୁ ।

ଚିତ୍ରକୋଟ ଜଳ ପ୍ରପାତ ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ

ଚତୁର୍ଦିଗରେ ପ୍ରାକୃତିକ ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କ ମନ କିଣିଥାଏ । ଚିତ୍ରକୋଟ ଜଳ ପ୍ରପାତ ଜଳପ୍ରପାତର ମନଲୋଭା ଦୃଶ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ସେଇଥି ପାଇଁ ତ ବିଶେଷ କରି ବର୍ଷାଦିନେ ପର୍ଯ୍ୟଟକଙ୍କ ଭିଡ ଏଠାରେ ଅଧିକ ଲାଗେ । ଇନ୍ଦ୍ରାବତୀ ନଦୀ ଦେଇ ଯାଇଛି ଏହି ଜଳ ପ୍ରପାତ । ବସ୍ତର ଡିଭିଜନର ଜଗଦଲପୁରରେ ରହିଛି ଏ ଜଳ ପ୍ରପାତ । ଜଗଦଲପୁରରୁ ୪୦ କିଲୋମିଟର ଦୂରରେ ରହିଛି ଏହି ଚିତ୍ରକୋଟ ଜଳ ପ୍ରପାତ । ରାୟପୁର ଠାରୁ ଏହାର ଦୂରତା 273 କିମି ।

ଏହି ଜଳପ୍ରପାତ ଛତିଶଗଡର ସର୍ବ ବୃହତ ଜଳପ୍ରପାତ ଅଟେ । ବର୍ଷାରେ ଏହି ଜଳପ୍ରପାତର ମୋଟେଇ ବୃଦ୍ଧି ପାଇଥାଏ । ଚିତ୍ରକୋଟ ଜଳପ୍ରପାତକୁ ଲୋକେ ପିକନିକ୍ କରିବାକୁ ମଧ୍ୟ ଆସିଥାନ୍ତି । ତେବେ, ଏହି ଜଳପ୍ରପାତର ଆକୃତି ଘୋଡା ପରି ହୋଇଥିବାକୁ ଏହାକୁ ଭାରତର ମିନି ନିଏଗ୍ରା ଜଳ ପ୍ରପାତ ମଧ୍ୟ କୁହାଯାଏ । ବର୍ଷା ଦିନେ ଏଠାରେ ଜଳ ପ୍ରବାହ ଦେଖିବା ଏକ ରୋମାଞ୍ଚକର ଅନୁଭୂତି ।

ସେହିପରି ରାଜ୍ୟରେ ଆଉ ଏକ ଜଳ ପ୍ରପାତ ହେଉଛି ତିରାଥଗଡ ଜଳପ୍ରପାତ (Tirathgarh Waterfall) । ଏହାମଧ୍ୟ ଚିତ୍ରକୋଟ ଜଳ ପ୍ରପାତ ଠାରୁ ଏହାବି କିଛି କମ ନୁହେଁ । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଜଳପ୍ରପାତରେ ମଜା ନେବା ପାଇଁ ଏଠାରେ ମଧ୍ୟ ଲୋକଙ୍କ ଭିଡ ଜମିଥାଏ । ବର୍ଷା ଦିନେ ୨ଟି ଜଳପ୍ରପାତରେ ଜଳସ୍ତର ବୃଦ୍ଧି ପାଉ ଥିବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଏ । ପର୍ଯ୍ୟଟକମାନଙ୍କୁ ଦୂରରୁ ରହି ଜଳପ୍ରପାତ ଦେଖିବାକୁ କୁହାଯାଇଥାଏ । ଏଠାରେ ସୁରକ୍ଷା ପାଇଁ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details