ଓଡିଶା

odisha

ETV Bharat / bharat

ବିଟିଂ ରିଟ୍ରିଟରେ କମ୍ପିଲା ରାଜପଥ, 26ଟି ସଙ୍ଗୀତରେ ବ୍ୟାଣ୍ଡ ପରିବେଷଣ

ଧ୍ବଜାବତରଣ ସମାରୋହ ସହ ଶେଷ ହେଲା ସାଧାରଣତନ୍ତ୍ର ଦିବସ ଉତ୍ସବ । ସାମିଲ ହେଲା ନୂଆ ସଙ୍ଗୀତ । ବିଜୟ ଚୌକରେ ଉଡିଲା ୧ ହଜାର ଡ୍ରୋନ । ଅଧିକ ପଢନ୍ତୁ

ଧ୍ବଜାବତରଣ ସମାରୋହ ସହ ଶେଷ ହେଲା ସାଧାରଣତନ୍ତ୍ର ଦିବସ ଉତ୍ସବ
ଧ୍ବଜାବତରଣ ସମାରୋହ ସହ ଶେଷ ହେଲା ସାଧାରଣତନ୍ତ୍ର ଦିବସ ଉତ୍ସବ

By

Published : Jan 29, 2022, 7:30 PM IST

ନୂଆଦିଲ୍ଲୀ:ବିଜୟ ଚୌକରେ ସମାପ୍ତ ହୋଇଛି ସାଧାରଣତନ୍ତ୍ର ଦିବସ ଉତ୍ସବର ଅନ୍ତିମ ପର୍ଯ୍ୟାୟ ଧ୍ବଜାବତରଣ ସମାରୋହ । ପ୍ରତିବର୍ଷ ଜାନୁଆରୀ 29 ରେ ଏହି ସମାରୋହ ଅନୁଷ୍ଠିତ ହୁଏ ଏବଂ ଗଣତନ୍ତ୍ର ଦିବସ ପାଳନ ଉତ୍ସବର ଆନୁଷ୍ଠାନିକ ସମାପନ ମଧ୍ୟ ହୋଇଥାଏ । ତେବେ ଚଳିତବର୍ଷ ଦେଶର ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି କ୍ରମରେ ଚଳିତବର୍ଷ ସାଧରଣତନ୍ତ୍ର ଦିବସ ମଧ୍ୟ ନିଆରା ଢଙ୍ଗରେ ପାଳନ କରାଯାଇଛି ।

ଆଜିର ଧ୍ବଜାବତରଣ ଉତ୍ସବରେ କେତେକ ନୂଆ ସଙ୍ଗୀତ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି । ଏଥିମଧ୍ୟରେ, 'ହିନ୍ଦ କି ସେନା' ଏବଂ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ 'ଏ ମେରେ ୱତନ କେ ଲୋଗ' ସଙ୍ଗୀତକୁ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ଚଳିତ ବର୍ଷର ସମାରୋହରେ 26 ଟି ସଙ୍ଗୀତରେ ବ୍ୟାଣ୍ଡ ପରିବେଷଣ କରାଯାଇଛି । ଏହି ସମାରୋହରେ 44 ଟି ବଗଲର୍, 16 ଟି ତୂରୀ ଏବଂ 75 ଜଣ ଡ଼୍ରମର ମଧ୍ୟ ଅଂଶଗ୍ରହଣ କରି ଧୁନ ପରିବେଷଣ କରିଛନ୍ତି । ଏହା ସହ ବିଜୟ ଚୌକରେ 1,000 ଡ୍ରୋନ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ ଜାରି ରଖିଛନ୍ତି ।

ଚଳିତ ବର୍ଷ ଜାନୁଆରୀ 23 ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ‘ପରାକ୍ରମ ଦିବସ’ରୁ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଆରମ୍ଭ କରାଯାଇଥିଲା । ନେତାଜୀ ସୁଭାଷ ବୋଷଙ୍କ 125 ତମ ଜନ୍ମ ବାର୍ଷିକୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଗେଟରେ ନେତାଜୀଙ୍କ ଏକ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ପରେ ସେଠାରେ ନେତାଜୀଙ୍କ ଏକ ଗ୍ରାନାଇଟ ନିର୍ମିତ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାନିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details