ନୂଆଦିଲ୍ଲୀ:ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରିବାକୁ ନେଇ ରାହୁଲ ଗାନ୍ଧୀଙ୍କୁ ସମନ ଜାରି ହୋଇଛି । ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛି ଲୋକସଭା ସଚିବାଳୟ । ଏହାସହ ନୋଟିସର ଉତ୍ତର ଆସନ୍ତା ୧୫ ତାରିଖ ମଙ୍ଗଳବାର ସୁଦ୍ଧା ଦେବାକୁ କୁହାଯାଇଛି ।
ଲୋକସଭାରେ ଆଦାନୀ ଝଡ ଲାଗି ରହିଥିଲା । ହିଣ୍ଡନବର୍ଗ ରିପୋର୍ଟ ନେଇ ହଟ୍ଟଗୋଳ ଲାଗି ରହିଥିଲା । ଗତ ୭ ତାରିଖରେ ଲୋକସଭାରେ ଶିଳ୍ପପତି ଗୌତମ ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଥିଲେ ରାହୁଲ ଗାନ୍ଧୀ । ସେହି ସମୟରେ ରାହୁଲ ଗାନ୍ଧୀ ଯେଉଁ ଶବ୍ଦର ବ୍ୟବହାର କରିଥିଲେ ତାହା ବିରୋଧରେ ଆପତ୍ତି ଉଠାଇଥିଲେ ବିଜେପି ସାଂସଦ । ଏନେଇ ସାଂସଦ ନିଶିକାନ୍ତ ଦୁବେ ଏବଂ ପ୍ରହଲ୍ଲାଦ ଯୋଶୀ ଅଭିଯୋଗ କରିଥିଲେ । ରାହୁଲ ଗାନ୍ଧୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ, ଅପମାଜନକ ଶବ୍ଦ ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ସାଂସଦ ନିଶିକାନ୍ତ ଦୁବେ ଏବଂ ପ୍ରହଲ୍ଲାଦ ଯୋଶୀ ଅଭିଯୋଗ କ୍ରମେ ରାହୁଲ ଗାନ୍ଧୀଙ୍କୁ ଏହି ନୋଟିସ ଜାରି କରାଯାଇଛି । ୧୦ ତାରଖ ଦିନ ନୋଟିସ କରାଯାଇଥିବା ନେଇ ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ: ସଂସଦରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କହିଲେ ଧନୀ ତାଲିକାରେ ଆଦାନୀ ୬୦୯ରୁ ୨କୁ ଆସିଲେ କେମିତି ?