ଓଡିଶା

odisha

ETV Bharat / bharat

‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ମିତାଲି ଓ ଅଶ୍ବନୀଙ୍କ ନାମ ସୁପାରିଶ - ମିଥାଲି ରାଜ ଓ ଆର. ଅଶ୍ବୀନି

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମିତାଲି ରାଜ ଓ ଆର. ଅଶ୍ବୀନଙ୍କ ନାମ ସୁପାରିଶ କରିଛି ବିସିସିଆଇ । ଅଧିକ ପଢନ୍ତୁ...

ଖେଳ ରତ୍ନ ପାଇଁ ମିଥାଲି ଓ ଆର ଅଶ୍ବନୀଙ୍କ ନାମ ସୁପାରିଶ
ଖେଳ ରତ୍ନ ପାଇଁ ମିଥାଲି ଓ ଆର ଅଶ୍ବନୀଙ୍କ ନାମ ସୁପାରିଶ

By

Published : Jun 30, 2021, 8:24 PM IST

ନୂଆଦିଲ୍ଲୀ:ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମିତାଲି ରାଜ ଓ ଆର. ଅଶ୍ବୀନଙ୍କ ନାମ ସୁପାରିଶ କରିଛି ବିସିସିଆଇ (BCCI) । ଏହା ସହିତ ଅର୍ଜୁନ ପୁରସ୍କାର ପାଇଁ କେଏଲ ରାହୁଲ, ଜସପ୍ରିତ ବୁମରା ଓ ଶିଖର ଧାୱାନଙ୍କ ନାମ ସୁପାରିଶ କରିଛି ବିସିସିଆଇ ।

ଏ ନେଇ ଆମର ଏକ ବିସୃତ ଆଲୋଚନା ହୋଇଥିଲା । ଆଲୋଚନା ପରେ ଖେଳରତ୍ନ ପାଇଁ ଆର ଅଶ୍ବୀନି ଓ ମହିଳା ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ମିତାଲିଙ୍କ ନାମ ସୁପାରିଶ କରାଯାଇଛି । ଏହା ସହିତ ଅର୍ଜୁନ ପୁରସ୍କାର ପାଇଁ ପୁର୍ନବାର ଶିଖର ଧାୱନଙ୍କ ନାମ ସୁପାରିଶ କରିବା ସହିତ କେଏଲ ରାହୁଲ ଓ ଜସପ୍ରିତ ବୁମରାଙ୍କୁ ଚୟନ କରାଯାଇଥିବା ଗଣମାଧ୍ୟମକୁ କହିଛି ବିସିସିଆଇ ।

ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆଗାମୀ ଜାତୀୟ କ୍ରୀଡ଼ା ପୁରସ୍କାର 2021 ପାଇଁ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ବଢାଇବାକୁ ନିଷ୍ପତ୍ତି ନେଇଥିଲା । ପୂର୍ବରୁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଜୁନ୍ 21 ଥିବାବେଳେ ଏହାକୁ ବଢାଇ ଦିଆ।ଯାଇଛି ।

ମନ୍ତ୍ରଣାଳୟର ସରକାରୀ ବିବୃତ୍ତି ଅନୁଯାୟୀ, ଯୋଗ୍ୟ କ୍ରୀଡ଼ାବିତ୍ / କୋଚ୍ / ସଂସ୍ଥା / ବିଶ୍ବ ବିଦ୍ୟାଳୟଗୁଡ଼ିକର ନାମାଙ୍କନପତ୍ର ବା ଆବେଦନକୁ ପୁରସ୍କାର ପାଇଁ ନିମନ୍ତ୍ରଣ କରାଯାଇଛି । ସେମାନଙ୍କୁ ଇ-ମେଲ କରାଯାଇଛି । ଗତବର୍ଷ ପାଞ୍ଚ ଭାରତୀୟ ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ମନିକା ଭତ୍ରା, ରୋହିତ ଶର୍ମା, ଭିନେଶ ଫୋଗାଟ, ରାନି ରାମପାଲ ଏବଂ ମାରିଆପ୍ପାନ ଫାଙ୍ଗାଭେଲୁଙ୍କୁ ଖେଲରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ସେହି ବର୍ଷ ପାଞ୍ଚ ଜଣ ଭାରତୀୟ ଖେଳାଳିଙ୍କୁ ଏକା ସହିତ ଖେଳ ରତ୍ନ ପ୍ରଦାନ କରାଯାଇଛି ।

@ANI

ABOUT THE AUTHOR

...view details