ଓଡିଶା

odisha

ETV Bharat / bharat

BBC Reacts to Survey: ବିବିସି କହିଲା ସମ୍ପୂର୍ଣ୍ଣ ସହଯୋଗ କରୁଛୁ, କର୍ମଚାରୀଙ୍କ ମୋବାଇଲ୍ ଜବତ, ଚିନ୍ତା ବ୍ୟକ୍ତ କଲା EGI - ଚଢାଉ ନେଇ ବିବିସିର ପ୍ରତିକ୍ରିୟା

ଦିଲ୍ଲୀ ଓ ମୁମ୍ବାଇ ବିବିସି କାର୍ଯ୍ୟାଳୟରେ ଚାଲିଛି ଚଢାଉ । ବିବିସି କହିଲା କରାଯାଉଛି ସମ୍ପୂର୍ଣ୍ଣ ସହଯୋଗ । ଖୁବଶୀଘ୍ର ସମାଧାନ ହେବା ନେଇ ଆଶା । କଂଗ୍ରେସ କହିଲା ବିନାଶ କାଳେ ବିପରୀତ ବୁଦ୍ଧି । ଅଧିକ ପଢନ୍ତୁ

ସଂସ୍ଥା କହିଲା ସମ୍ପୂର୍ଣ୍ଣ ସହଯୋଗ କରୁଛୁ
ସଂସ୍ଥା କହିଲା ସମ୍ପୂର୍ଣ୍ଣ ସହଯୋଗ କରୁଛୁ

By

Published : Feb 14, 2023, 6:51 PM IST

ନୂଆଦିଲ୍ଲୀ:ବ୍ରିଟିଶ ଗଣମାଧ୍ୟମ ସଂସ୍ଥା ବିବିସିର ମୁମ୍ବାଇ ଓ ଦିଲ୍ଲୀ କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଆଜି (ମଙ୍ଗଳବାର) ପୂର୍ବାହ୍ନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆୟକର ବିଭାଗ । ତେବେ ଏହି ଯାଞ୍ଚରେ ସରକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଥିବା ବିବିସି କର୍ତ୍ତୃପକ୍ଷ କହିଛନ୍ତି । ବିବିସିର ନ୍ୟୁଜ ପ୍ରେସ ଟିମ୍‌ ଟ୍ବିଟ୍‌ କରି ସୂଚନା ଦେଇ କହିଛି, ଉଭୟ ମୁମ୍ବାଇ ଓ ଦିଲ୍ଲୀରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି ଆୟକର ବିଭାଗ । ଉଭୟ କାର୍ଯ୍ୟାଳୟରେ ସରକାରୀ ଟିମକୁ ପୂର୍ଣ୍ଣ ସହଯୋଗ କରାଯାଉଛି । ଖୁବଶୀଘ୍ର ଏହା ସମାଧାନରେ ପହଞ୍ଚିବା ନେଇ ସଂସ୍ଥା ଆଶା ରଖିଛି । ଏପଟେ ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କଲା EGI ।

ଆଜି ପୂର୍ବାହ୍ନରେ ସଂସ୍ଥାର ଉଭୟ ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗର ଟିମ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । କାର୍ଯ୍ୟାନୁଷ୍ଠାନରେ କ’ଣ ମିଳିଛି ସେ ନେଇ ଆୟକର ବିଭାଗ କିଛି ସୂଚନା ଦେଇନି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ବିବାଦୀୟ ଡକ୍ୟୁମେଣ୍ଚାରୀ ପ୍ରସ୍ତୁତ କରି ପ୍ରସାରିତ କରିବାର ମାତ୍ର ପ୍ରାୟ ଏକ ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଯାହାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳମାନେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରଛନ୍ତି । ବିନାଶ ବେଳେ ବିପରୀତ ବୁଦ୍ଧି ବୋଲି କହିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ:- BBC ଅଫିସରେ ଆୟକର ବିଭାଗର ରେଡ, ବିନାଶ କାଳେ ବିପରୀତ ବୁଦ୍ଧି କହିଲା କଂଗ୍ରେସ

କାର୍ଯ୍ୟାନୁଷ୍ଠାନକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସରକାରଙ୍କ ଉପରେ ବର୍ଷିଛନ୍ତି । ଆଦାନୀ ପ୍ରସଙ୍ଗର ତଦନ୍ତ ପାଇଁ ବିରୋଧୀ ଦଳ ଯୁଗ୍ମ ସଂସଦୀୟ କମିଟି ଗଠନ (JCP) ପାଇଁ ଦାବି କରୁଥିବା ବେଳେ ସରକାର ବିବିସି ପଛରେ ପଡିଛନ୍ତି । ସଂସଦରେ ବିରୋଧୀଙ୍କୁ ପ୍ରସଙ୍ଗ ଉଠାଇବା ପାଇଁ ଦିଆଯାଉନାହିଁ । ଯାହା ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ଜୟରାମ ରମେଶ କହିଥିଲେ ।

2002 ଗୁଜୁରାଟ ଦଙ୍ଗାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା BBC ନିକଟରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି । ଯାହାକୁ ନେଇ ସମଗ୍ର ବିଶ୍ବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଚର୍ଚ୍ଚା ବଢିଛି । ଏହାକୁ ଏକ ପ୍ରୋପାଗାଣ୍ଡା ଦର୍ଶାଇ ଭାରତରେ ଏହାର ପ୍ରସାରଣକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ । ଅନ୍ୟପଟେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ସହ ଏହାକୁ ପ୍ରଦର୍ଶିତ କରାଯିବା ଫଳରେ ଏକାଧିକ ଶିକ୍ଷାନୁଷ୍ଠାନରେ ହିଂସା ଦେଖିବାକୁ ମିଳିଥିଲା ।

ଏହି ବିବାଦୀୟ ଡକ୍ୟୁମେଣ୍ଟାରୀରେ 2002 ରେ ଗୁଜୁରାଟରେ ହୋଇଥିବା ଦଙ୍ଗା ଓ ସେଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ଅତି ବିବାଦୀୟ ତଥା ସାମ୍ପ୍ରଦାୟିକ ଭାବେ ଚିତ୍ରଣ କରାଯାଇଛି । ଯାହାକୁ ନେଇ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ମୋଡକୁ ଆସିଥିଲେ । ବିବାଦୀୟ ଡକ୍ୟୁମେଣ୍ଟାରୀ ପରେ ବିବିସି କାର୍ଯ୍ୟାଳରେ ଆୟକର ରେଡକୁ ନେଇ ବିରୋଧୀ ସରକାରଙ୍କ ଉପରେ ବର୍ଷିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details