ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଡକ୍ୟୁମେଣ୍ଟାରୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ୟୁକେ ସାଂସଦ ବବ୍ ବ୍ଲାକମ୍ୟାନ । ସେ ଏହାକୁ ଏକ ପ୍ରୋପାଗଣ୍ଡା ଭିଡିଓ ଓ ହୀନ ସାମ୍ବାଦିକତା ବୋଲି କହିଛନ୍ତି । ଏପରି ଭିଡିଓ ପ୍ରସାରିତ ହେବା ଅନୁଚିତ ବୋଲି ସେ କହିଛନ୍ତି । ଏହି ଡକ୍ୟୁମେଣ୍ଟାରୀରେ ଅନେକ ତଥ୍ୟକୁ ପ୍ରଭାବିତ କରାଯାଇଛି । ଏହାସହ ବିବିସି ଅଫିସ ଉପରେ ଆୟକର ବିଭାଗର ଚଢାଉକୁ ନେଇ ବ୍ଲାକମ୍ୟାନ କହିଛନ୍ତି ଯେ ଏହା କୌଣସି ନୂଆ କଥା ନୁହେଁ । ବିବିସି ଦ୍ବାରା ଭାରତ-ବ୍ରିଟେନ ମଧ୍ୟରେ ଥିବା ସୁସମ୍ପର୍କକୁ ପ୍ରଭାବିତ କରିବା ଲାଗି ଏପରି କରାଯିବା ଭଳି ସେ ଅନୁଭବ କରୁଥିବା କହିଛନ୍ତି ।
'ଏହି ଡକ୍ୟୁମେଣ୍ଟାରୀ ପ୍ରସାରିତ ହେବାର ନଥିଲା':-ବ୍ରିଟିଶ ସାଂସଦ ବ୍ଲାକମ୍ୟାନ ଏହି ଡକ୍ୟୁମେଣ୍ଟାରୀ ପ୍ରସାରିତ ହେବାର ନଥିଲା ବୋଲି ମଧ୍ୟ କହିଛନ୍ତି । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ୨୦୦୨ ଗୁଜୁରାଟ ଦଙ୍ଗାକୁ ନେଇ ନରେନ୍ଦ୍ର ମୋଦିଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯାଞ୍ଚ କରିଥିଲେ । କୋର୍ଟରେ ଏହି ଅଭିଯୋଗକୁ ପ୍ରମାଣିତ କରିବା ଲାଗି ଗୋଟିଏ ବି ପ୍ରମାଣ ମିଳିନଥିଲା । ଏହି ଡକ୍ୟୁମେଣ୍ଟାରୀରେ ଅନେକ ତଥ୍ୟକୁ ପ୍ରଭାବିତ କରାଯାଇଛି । ଏଣୁ ଏହା ପ୍ରସାରିତ ହେବା ଅନୁଚିତ । ଏହାସହ BBC ଅଫିସ ଉପରେ ହୋଇଥିବା ଆୟକର ଚଢାଉକୁ ନେଇ ସେ କହିଛନ୍ତି ଯେ ଏହା କୌଣସି ନୂଆ କଥା ନୁହେଁ, ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ।
BBC ବିରୋଧରେ ବ୍ରିଟିଶ ସାଂସଦଙ୍କ ଅଭିଯୋଗ:-ବିବିସ ଡକ୍ୟୁମେଣ୍ଟାରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରାଯାଇଛି । ଯେତେବେଳେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେହି ସମୟକୁ ନେଇ ମଧ୍ୟ ତାଙ୍କୁ ଟାର୍ଗେଟ କରାଯାଇଛି । ଏହା ଏକ ପ୍ରୋପାଗଣ୍ଡା ଭିଡିଓ । ଏହି ଭିଡିଓରେ ହୀନ ସାମ୍ବାଦିକତାର ଝଲକ ଦେଖିବାକୁ ମିଳିଛି । ବିବିସିକୁ ବ୍ରୋଡକାଷ୍ଟର ନିୟମ ପାଳନ କରିବାକୁ ହେବ । ସେ ଆହୁରି କହିଛନ୍ତି ଯେ ବିବିସି ଦ୍ବାରା ବ୍ରିଟେନ-ଭାରତ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଭାବିତ କରିବା ଲାଗି ଏହା ଏକ ପ୍ରକାର ଏଜେଣ୍ଡା ରହିଥିବା ପ୍ରତୀୟମାନ ହେଉଛି । ଯାହାକୁ ନେଇ ସେ ବେଶ ଦୁଃଖିତ ବୋଲି କହିଛନ୍ତି ।