ଓଡିଶା

odisha

ETV Bharat / bharat

BBC Documentry: ବିସିସି ଡକ୍ୟୁମେଣ୍ଟାରୀ ରୋକ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ - ବିସିସି ଡକ୍ୟୁମେଣ୍ଟାରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ 2002 ମସିହାରେ ଗୁଜୁରାଟ ଦଙ୍ଗାକୁ ନେଇ ବିସିସି ପ୍ରମାଣିତ ଚଳଚ୍ଚିତ୍ର ଉପରେ ରୋକ ଲଗାଯିବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ଫେବୃଆରୀ 6 ତାରିଖରେ ଶୁଣାଣି ହେବ । ଅଧିକ ପଢନ୍ତୁ

BBC Documentry hearing in supremecourt
ଫିଲ୍ମର ରୋକ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

By

Published : Jan 30, 2023, 5:08 PM IST

ନୂଆଦିଲ୍ଲୀ:ବିସିସି ଡକ୍ୟୁମେଣ୍ଟାରୀ ରୋକ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପର୍ଯ୍ୟାବେଶିତ ବିବିସି ପକ୍ଷରୁ ପ୍ରସ୍ତୁତ ବିବାଦୀୟ ଫିଲ୍ମ ପ୍ରସାରଣ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଛି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି । ଆସନ୍ତା ମାସ ଅର୍ଥାତ ଫେବୃଆରୀ 6 ତାରିଖରେ ଫିଲ୍ମ ପ୍ରସାରଣ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଥିବା ନିଷ୍ପତ୍ତି ଚ୍ୟାଲେଞ୍ଜ ଉପରେ ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟଳୟ ।

ଏହା ବି ପଢନ୍ତୁ...BBC Documentary: କେରଳରେ ପ୍ରଦର୍ଶିତ ହେଲା ବିବାଦୀୟ ଡକ୍ୟୁମେଣ୍ଟାରୀ, ପ୍ରତିବାଦ କଲା ବିଜେପି ଯୁବମୋର୍ଚ୍ଚା

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ 3 ଜଣିଆ ଖଣ୍ଡପୀଠ ଜଷ୍ଟିସ ପିଏସ ନରସିଂହ ଏବଂ ଜେବି ପର୍ଦ୍ଦିୱାଲ ମାମଲାର ଶୁଣାଣି କରିବେ । ଫିଲ୍ମକୁ ନେଇ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏହି ସିରିଜ ପ୍ରସ୍ତୁତ କରି ହଇଚଇ ସୃଷ୍ଟି କରିଥିବା ବିବିସି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ବିବିସିକୁ ନିଷିଦ୍ଧ କରିବା ପାଇଁ ହିନ୍ଦୁ ସେନା ପକ୍ଷରୁ ଦାବି ହୋଇଛି । ସିଜେଆଇ କହିଛନ୍ତି, ଏହି ମାମଲାର ଶୁଣାଣି ଫେବୃଆରୀ 6 ତାରିଖରେ ହେବ । ବରିଷ୍ଠ ସାମ୍ବାଦିକ ଏନ.ରାମ, ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ଜନସ୍ବାର୍ଥ ମାମଲା ରୁଜ୍ଜୁ କରିଥିଲେ ।

ଏହା ବି ପଢନ୍ତୁ...ଦୂଷିତ ପାଣି ପିଇ ୩୦୦ ଜଣ ଅସୁସ୍ଥ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ 3 ଜଣିଆ ଖଣ୍ଡପୀଠ ଜଷ୍ଟିସ ନରସିଂହ ଏବଂ ଜେବି ପର୍ଦ୍ଦିୱାଲ ମାମଲାର ଶୁଣାଣି କରିବେ । ଫିଲ୍ମକୁ ନେଇ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏହି ସିରିଜ ପ୍ରସ୍ତୁତ କରି ହଇଚଇ ସୃଷ୍ଟି କରିଥିବା ବିବିସି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ବିବିସିକୁ ନିଷିଦ୍ଧ କରିବା ପାଇଁ ହିନ୍ଦୁ ସେନା ପକ୍ଷରୁ ଦାବି ହୋଇଛି ।

ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (BBC) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜୁରାଟ ଦଙ୍ଗା ଘଟଣାରେ ଏକ ନୂଆ ସିରିଜ୍ ପ୍ରସ୍ତୁତ କରିଛି । ଯାହାର ଶୀର୍ଷକ ରହିଛି ଦି ମୋଦି କ୍ୟୋଶ୍ଚିନ (The Modi Question ) । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକାଧିକ ପ୍ରସଙ୍ଗରେ ବିବାଦୀୟ ଭାବେ ଚିତ୍ରଣ କରାଯାଇଛି । ଭାରତୀୟ ମୁସଲିମ ସମ୍ପ୍ରଦାୟ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ଥିବା ସଂସ୍ଥା ଦର୍ଶାଇବାକୁ ଚେଷ୍ଟା କରିଛି । ସେହିପରି 2002 ମସିହାରେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ହୋଇଥିବା ଗୁଜୁରାଟ ଦଙ୍ଗାକୁ ମଧ୍ୟ ଏହି ସିରିଜରେ ସ୍ଥାନ ଦେଇଛି ବିବିସି । ଏଥିରେ ମୋଦିଙ୍କର ଭୂମିକାକୁ ଅତି ବିବାଦୀୟ ଭାବେ ଚିତ୍ରଣ କାରଯାଇଛି ।

ABOUT THE AUTHOR

...view details