ଓଡିଶା

odisha

UP poll phase 4: ସନ୍ଧ୍ୟା 6 ସୁଦ୍ଧା 59% ଭୋଟିଂ, ଆଗରେ ଲକ୍ଷ୍ମୀପୁର ଖେରୀ

By

Published : Feb 23, 2022, 10:51 PM IST

ସରିଲା ୪ର୍ଥ ପର୍ଯ୍ୟାୟ ମତଦାନ । ସନ୍ଧ୍ୟା ୬ ସୁଦ୍ଧା ୫୯.୭୦ ପ୍ରତିଶତ ଭୋଟିଂ । ଚର୍ଚ୍ଚିତ ଲକ୍ଷ୍ମୀପୁର ଖେରୀ ଆସନ ଭୋଟିଂ ପ୍ରତିଶତରେ ସବୁଠୁ ଆଗରେ । ଅଧିକ ପଢନ୍ତୁ

UP poll phase 4 : ସଂନ୍ଧ୍ୟା ୬ ସୁଦ୍ଧା ୫୯.୭୦ ପ୍ରତିଶତ ଭୋଟିଂ, ଆଗରେ ଲଖୀମପୁର ଖେରୀ
UP poll phase 4 : ସଂନ୍ଧ୍ୟା ୬ ସୁଦ୍ଧା ୫୯.୭୦ ପ୍ରତିଶତ ଭୋଟିଂ, ଆଗରେ ଲଖୀମପୁର ଖେରୀ

ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୫୯.୭୦ ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ଜିଲ୍ଲାଓ୍ବାରୀ ମତଦନ ତଥ୍ୟକୁ ବିଚାରକୁ ନେଲେ ବହୁଚର୍ଚ୍ଚିତ ଲକ୍ଷ୍ମୀପୁର ଖେରୀ ସନ୍ଧ୍ୟା ୫ସୁଦ୍ଧା ସର୍ବାଧିକ ଭୋଟିଂ ରେକର୍ଡ କରାଯାଇଛି । ସେହପରି ଦ୍ବିତୀୟ ସ୍ଥାନରେ ପିଲିଭିତ ରହିଛି । ଆଜି (୪ର୍ଥ) ପର୍ଯ୍ୟାୟରେ ମୋଟ 59ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥଲା ।

UP poll phase 4: ସଂନ୍ଧ୍ୟା ୬ ସୁଦ୍ଧା ୫୯ ପ୍ରତିଶତ ଭୋଟିଂ, ଆଗରେ ଲଖୀମପୁର ଖେରୀ

ସକାଳ ୭ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ ଟାରେ ଭୋଟିଂ ଶେଷ ହୋଇଛି । ଭୋଟିଂ ପାଇଁ ବ୍ୟାପକ ସବ୍ୟସ୍ଥା ମଧ୍ୟ କରାଯାଇଥିଲା । ସୁରକ୍ଷାକୁ କଡାକଡି କରିବା ସହ ବୁଥ ଉପରେ ନଜର ରଖିଥିଲେ ସଶସ୍ତ୍ର ସୁରକ୍ଷା ବଳ । ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଶେଷ ହୋଇଥିବା ବେଳେ ରାଜ୍ଯର କୌଣସି ସ୍ଥାନରୁ ବଡ ଧରଣର ହିଂସାର ଖବର ସାମ୍ନାକୁ ଆସିନାହିଁ ।

ତେବେ ଆଜି ବହୁ ଗୁରୁତ୍ବପୂର୍ଣ୍ଣ ଆସନରେ ମତଦାନ ହୋଇଛି । ସମଗ୍ର ଦେଶର ନଜର ବହୁଚର୍ଚ୍ଚିତ ଲଖୀମପୁର ଖେରୀ ଆସନ ଉପରେ ରହିଥିଲା । ସେଠାରେ ମଧ୍ୟ କୌଣସି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳି ନ ଥିବାବେଳେ ଭୋଟିଂ ପ୍ରତିଶତ ମଧ୍ୟ ଜିଲ୍ଲାଓ୍ବାରୀ ସର୍ବାଗ୍ରେ ରହିଛି ।

ସେହିପରି ରାଜଧାନୀ ଲକ୍ଷ୍ନୌ, ରାଏବରେଲି ଆଦି ସିଟ ଉପରେ ସମସ୍ତଙ୍କ ନଜର ରହିଥିଲା । ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟିଂ ସରିଥିବା ବେଳେ ଆଉ ୩ ପର୍ଯ୍ୟାୟ ଭୋଟିଂ ବାକି ରହିଛି । ସମସ୍ତ ୭ମ ପର୍ଯ୍ୟାୟ ଭୋଟିଂ ସରିବା ପରେ ମାର୍ଚ୍ଚ ୧୦ ତାରିଖରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details